ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

ଜୁନାଗଡ଼ (ମ ନି ସ):-୨୧/୦୪ // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ବୋର୍ଡି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୨୫ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକା ଭିମୁଖୀ ଯୋଜନାରେ ସାମିଲ କରି ୩୧ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ଗାଁ ଗାଁ ରେ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ତହସିଲଦାର ଶ୍ରୀ ଚନ୍ଦନ କୁମାର ନାୟକ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପର୍ଶୁରାମ ନାୟକ, ପାନୀୟ ଜଳ ବିଭାଗରୁ ରିତା ରାଣୀ କିସାନ, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବିହାରୀ, ଗ୍ରାମୀଣ ଗୃହ ଯୋଜନାରୁ ବିପିସି ମଧୁ ସାହୁ, ବୋର୍ଡି ସରପଞ୍ଚ ଶ୍ରୀମତୀ ସ୍ୱାଦି ପୁଟେଲ,ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ , ସମ୍ବନୀୟ ଶିଶୁ ବିକାଶ ରୁ ମହିଳା ପରିଦର୍ଶିକା ଶାନ୍ତି ମଙ୍ଗରାଜ,ଜିଆରଏସ କଳ୍ପେଶ୍ୱର ସୁନାନୀ ଏବଂ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ବୋର୍ଡି ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ସଫେଇ କର୍ମଚାରୀ ଙ୍କୁ ସୁରକ୍ଷା ସାମଗ୍ରୀ ବଣ୍ଟନ      

Sunil Chandra Nayak

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

Leave a Comment

error: Content is protected !!