ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

ରାୟଗଡ:-ତା.୧୭/୦୩- ଚଳିତ ସାଧାରଣ ଓ଼ ବିଧାନସଭା ନିର୍ବାଚନ,୨୦୨୪ ପରିପ୍ରେକ୍ଷିରେ ଆଜି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜାଙ୍କ ଅଧ୍ୟକ୍ଷତlରେ ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ଆଲୋଚନା କରିଥିଲେ l ରାଜନୈତିକ ଦଳର ପ୍ରତିନିଧି ଓ଼ ଖର୍ଚ୍ଚ ପରିଚାଳନା ପଯ୍ୟବେକ୍ଷକ ଉପସ୍ଥିତିରେ ଆଲୋଚନା କରିଥିଲେ l ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ହରିଶ ବି.ଶି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ଭାସ୍କର ରଇତ, ଅତିରକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ତ୍ରିନାଥ ମାଝୀ,ମୁଖ୍ୟ ବିକାଶ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରନ ଦିପ କୌର, ଉପଜିଲ୍ଲାପାଳ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ ଓ଼ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ନିର୍ବାଚନ ଖର୍ଚ୍ଚ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ମୁଖ୍ୟ ବିକାଶ ଓ଼ କାର୍ଯ୍ୟ ନିର୍ବାହୀ ଜିଲ୍ଲାପରିଷଦ ଶ୍ରୀ କହଁର ବିସ୍ତୃତ ଭାବରେ ପାୱାର ପଇଣ୍ଟ ମାଧ୍ୟମରେ ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ କିପରି ଭାବରେ ଧାର୍ଯ୍ୟ ଦରରେ ଖର୍ଚ୍ଚ ତୁଲାଇବେ ଏବଂ କିପରି ହିସାବ ରଖିବେ ସେ ସମ୍ଭବଦ୍ଧରେ ଆଲୋଚନା କରିଥିଲେ l ଏହା ପୂର୍ବରୁ ରାଜନୈତିକ ଦଳର କର୍ମକର୍ତା ମାନଙ୍କ ସହିତ ନିର୍ବାଚନ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଖର୍ଚ୍ଚ ବାବଦରେ ଦର ତାଲିକା ଉପରେ ଆଲୋଚନା କରିଥିଲେ ଓ଼ ରାଜନୈତିକ ଦଳର ସହମତି ଭିତିରେ ତାହାର ତାଲିକା ପ୍ରସ୍ତୁତି କରିଥିଲେ l ଆଜିର ଏହି ବୈଠକରେ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ସ୍କ୍ୱାର୍ଡର କର୍ମକର୍ତ୍ତା, ଯୋଗଦେଇଥିବାବେଳେ ରାଜନୈତିକ ଦଳର ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, କେ. ଅଶ୍ୱିନୀ, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ବିଜୟ ଗମାଙ୍ଗ, ଦୁର୍ଗା ପଣ୍ଡା, ସୁନିଲ ପଣ୍ଡl,ଶଙ୍କର୍ଷଣ ମଙ୍ଗରାଜ,ବିଜୁ ଜନତା ଦଳର ଦେବାଶିଷ ଖାଡ଼ଙ୍ଗା,ବହୁଜନ ସମାଜ ପାର୍ଟିର ରବୀନ୍ଦ୍ର ଗରଡିଆ, ଆମଆଦମୀ ପାର୍ଟିର ଜିତେନ୍ଦ୍ର ସେନାପତି ପ୍ରମୁଖ ଯୋଗଦାନ କରି ଅଲୋଚନା କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଏନଏସି ପକ୍ଷରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ , ସାମ୍ୱାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ହରି ପ୍ରସାଦ ଭାରତୀ ସମ୍ମାନୀତ…

masiha

ଡାବୁଗାଁ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ନୁତନ ତହସିଲଦାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

masiha

Leave a Comment

error: Content is protected !!