ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ମହିଳା ଦିବସ-୨୦୨୫ ପାଳିତ

ଆନ୍ତର୍ଜାତିକ ମହିଳା ଦିବସ-୨୦୨୫ ପାଳିତ

ଭୋଗରାଇ,୧୦/୩/୨୫- ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧିନସ୍ଥ ସୀମାନ୍ତ ଶାନ୍ତିଲତା ମହିଳା ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିଅର କଲେଜ) ମହାଗବ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ-୨୦୨୫ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ପବିତ୍ର ସମାରୋହରେ ଅନୁଷ୍ଠାନର ସ୍ଥାୟୀ ସମ୍ପାଦକ ତଥା ନରେନ୍ଦ୍ର ନାଥ ସଂସ୍କୃତ ବିଦ୍ୟାଳୟ, ପ୍ରିୟବାଗର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାସ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ସନ୍ତୋଷ କୁମାର ପାତ୍ର, ମୁଖ୍ୟବକ୍ତା ଭାବେ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଭୋଗରାଇର ଶିକ୍ଷା ବିଭାଗ ମୁଖ୍ୟ ଅଧ୍ଯାପିକା ତ୍ରୀବେଣୀ ଧଡ଼ା, ବରିଷ୍ଠ ଅତିଥି ଭାବେ ଅର୍ଥନୀତି ବିଭାଗ ଅଧ୍ଯାପକ ଅନନ୍ତ କୁମାର ଦାସ, ସମ୍ମାନିତ ବକ୍ତା ଭାବେ ଜଳେଶ୍ବର ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅର୍ଥନୀତି ବିଭାଗ ଅଧ୍ଯାପିକା ଇନ୍ଦୁମତି ଗିରି, ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଣ୍ଡଳୀର ଶିକ୍ଷା ବିଭାଗ ଅଧ୍ଯାପିକା ସାବିତ୍ରୀ ନାୟକ, କଚୁଆଡ଼ି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ କବିତା ଦତ୍ତ, ଜଳେଶ୍ବର ଅଞ୍ଚଳର ସୁକବୟତ୍ରୀ ତଥା ସମାଜସେବୀ ଜ୍ଯୋତ୍ସାରାଣୀ ମହାନ୍ତି, ଶ୍ରୀଗୁରୁ ଗୌରାଙ୍ଗ ଉପ୍ରା ବିଦ୍ୟାଳୟ, କୁଶଟୀର ଶିକ୍ଷୟିତ୍ରୀ କନକ ଦାସ ପ୍ରମୁଖ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ବିଶେଷ ଉକ୍ତ ଆନ୍ତର୍ଜାତିକ ବିଶ୍ବ ମହିଳା ଦିବସ ସଂପର୍କରେ ମହାର୍ଘ୍ଯ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ମାତୃ ମଣ୍ଡଳୀକୁ ଉଦବୋଧନ ଦେଇଥିଲେ । ଆଜିର ସମାଜରେ ନାରୀ ମାନଙ୍କର ଶଶକ୍ତିକରଣତା, ସୁରକ୍ଷା, ସଚେତନତା ଆଦି ବିଭିନ୍ନ ପ୍ରାସଙ୍ଗିକ ବକ୍ତବ୍ୟମାନ ଉପସ୍ଥିତ ଶତାଧିକ ମହିଳା ମାନଙ୍କୁ ନିଜର ଅଧିକାର, ସମାଜ ପ୍ରତି କର୍ତ୍ତବ୍ୟ, ନୀତି ପରାୟଣ,ଶୃଙ୍ଖଳାବୋଧ ଓ ସମାଜ ଗଠନରେ ଦାୟିତ୍ୱବୋଧତା ଆଦି ସମ୍ପର୍କରେ ସଚେତନ ମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଚନ୍ଦନେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାହାବାଜିପୁରର ଶିକ୍ଷା ବିଭାଗ ଅଧ୍ଯାପକ ପ୍ରଦୀପ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୁଡ଼ିବାକୁ ବସିଛି କଂସା ପିତ୍ତଳ ଶିଳ୍ପ,ଦୁର୍ଦ୍ଦିନ ପରିସ୍ଥିତିରେ କାରିଗର

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଲେ ଦୁଇ ଡାକ୍ତର ଙ୍କ ସହ ଆଉ ଜଣେ ବରିଷ୍ଠ ଡାକ୍ତର:ଏପରି ମୋଟ ୩ ଡାକ୍ତର 

Sunil Chandra Nayak

ବର୍ଷା ବିତ୍ପାତ ! ଯୋରଦା ପଞ୍ଚାୟତର ଦୁନ୍ଦୁ ସାହିରେ କାନ୍ଥ ଭୁଷୁଡି ପରିବାରର ୪ ସଦସ୍ୟ ଆହତ

Sunil Chandra Nayak

Leave a Comment

error: Content is protected !!