ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

 କାମାକ୍ଷାନଗର,  କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ବିଶ୍ୱ ବରା ଦିବସ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ବରା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଦିନମଣି ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରି ଢେଙ୍କାନାଳ ବରା ଏବେ ବିଶ୍ୱ ପ୍ରସିଦ୍ଧ ହୋଇପାରିଥିବାର ପ୍ରକାଶ କରିଥିଲେ l ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର, ସୋମ୍ୟଜିତ ପାଇକରାୟ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ,ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ମଞ୍ଚର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ସଭାପତି ଜ୍ଞାନରଞ୍ଜନ ମିଶ୍ର, ସଦସ୍ୟ ମଦନମୋହନ ବରାଳ, ପ୍ରମୋଦ କୁମାର ସ୍ୱାଇଁ, ରସାନନ୍ଦ ଦେହୁରୀ, ଜଗନ୍ନାଥ ଗଡ଼ନାୟକ, ପ୍ରଭୁପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ଜ୍ୟୋତିରଞ୍ଜନ ସାହୁ, ଧର୍ମାନନ୍ଦ ସେଠି, ବିଷ୍ଣୁପ୍ରସାଦ ସେଠି, ମଧୁସୂଦନ ରାଉତ, ଅରୂପାନନ୍ଦ ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଡିଜିଟାଲ ଲର୍ଣ୍ଣିଂ ପ୍ଲ।ଟଫର୍ମ ସମ୍ପର୍କରେ ଜିଲ୍ଲା ତରଫରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ମିଲର ଏଜେଣ୍ଟ ଓ ଏସଏଚଜି ଗ୍ରୁପ ର ମଧୁ ଚନ୍ଦ୍ରିକା ରେ ପେଶି ହଉଛନ୍ତି ଚାଷୀ !

Sunil Chandra Nayak

ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା 

Leave a Comment

error: Content is protected !!