ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ନଥିବାରୁ ଛାତ୍ରଛାତ୍ରୀ ପ୍ରମାଣ ପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି 

ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ନଥିବାରୁ ଛାତ୍ରଛାତ୍ରୀ ପ୍ରମାଣ ପତ୍ର ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି 

ବନ୍ଧୁଗାଁ ତା ୬/୪/୨୬, ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ ରେ କର୍ମଚାରି ଅଭାବ ଯୋଗୁଁ ଅଞ୍ଚଳବାସି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚଳିତ ଶିକ୍ଷା ବର୍ଷରେ ତହସିଲ ଅଧିନରେ ଥିବା ଅନେକ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଷଷ୍ଠ ଓ ଅଷ୍ଟମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ଜାତି ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର ଓ ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର ପାଇଁ ଅନେକ ଦିନରୁ ଅନ ଲାଇନ ଗୁଡ଼ିକରେ ଆପ୍ଲାଇ କରି ପ୍ରମାଣ ପତ୍ର ପାଇବାକୁ ତହସିଲ କାର୍ଯ୍ୟାଳୟ ରେ ଅବିଭାବକ ମାନେ ଆସି ଆବଶ୍ୟକ କର୍ମଚାରୀ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି। ତହସିଲ କାର୍ଯ୍ୟାଳୟରେ ୨ ଜଣ ବରିଷ୍ଟ ରାଜସ୍ୱ ସହାୟକ ଓ ୨ ଜଣ କନିଷ୍ଟ ରାଜସ୍ୱ ସହାୟକ ରହିଥିବା ବେଳେ ୨ ଜଣ ରାଜସ୍ୱ ସହାୟକ ଡେପୁଟେସନରେ ଯାଇଛନ୍ତି। ଜଣେ ରାଜସ୍ୱ ସହାୟକ ବହୁ ଦିନରୁ ଫେରାର ହୋଇ ଯାଇଛନ୍ତି। ଆଉ ଜଣେ ଅଛନ୍ତି ସେ ନିଶା ସେବନ କରି ଇଚ୍ଛା ଥିଲେ ଆସନ୍ତି ନ ଚେତ୍ ଆସନ୍ତି ନାହିଁ। ଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ ନାମ ଲେଖାଇବା ପାଇଁ କିଛି ମାସ ଆଗରୁ ନ ଜଣାଇ ହଠାତ ଧାର୍ଯ୍ୟ ସମୟ ମଧ୍ୟରେ ନାମ ଲେଖାଇବା ପାଇଁ ଜଣାଉଛନ୍ତି । ନାମ ଲେଖାଇବା ସମୟ ମଧ୍ୟରେ ଦୁଇ ଦିନ ସରକାରୀ ଛୁଟି ମଧ୍ୟ ରହିଥିଲା।ସୀମାନ୍ତ ଅଞ୍ଚଳର ଲୋକେ ପିଲାଙ୍କୁ ନାମ ଲେଖାଇବା ଆଶ୍ରମ ବିଦ୍ୟାଳୟରେ ଗଲେ ପିଲାଙ୍କ ଜାତି ପ୍ରମାଣ ପତ୍ର, ସ୍ଥାୟୀବାସିନ୍ଦା ପ୍ରମାଣ ପତ୍ର ଓ ଆୟ ପ୍ରମାଣ ପତ୍ରର ଆପ୍ଲାଇ ସ୍ଲିପ ଦେଖାଇଲେ ମଧ୍ୟ ବିଦ୍ୟାଳୟ ଗ୍ରହଣ କରୁ ନାହାନ୍ତି। ଏପଟେ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ନଥିବାରୁ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଆବଶ୍ୟକ ପ୍ରମାଣ ପତ୍ର ନପାଇ ନିରାଶ ହୋଇ ଫେରୁଛନ୍ତି। ତହସିଲଦାର ଶ୍ରୀମତୀ ସୋନାଲି ପାତ୍ର ଙ୍କୁ ସାକ୍ଷାତ କରିବା ପରେ ଷ୍ଟାଫ ନ ଥିବା ଜଣାଇ ଅତି ଶୀଘ୍ର ଅନ୍ୟ ଷ୍ଟାଫଙ୍କୁ ନିୟୋଜିତ କରି ପିଲାଙ୍କ ପ୍ରମାଣ ପତ୍ର ଯୋଗାଇ ଦେବାକୁ କହିଛନ୍ତି। ତହସିଲ କାର୍ଯ୍ୟାଳୟ ଅଧିନ ରେ ଥିବା ଉପାନ୍ତ ଅଞ୍ଚଳବାସୀ ଙ୍କୁ ସେବା ଯୋଗାଇବା ପାଇଁ ଯେଉଁ ୨ ଜଣ ରାଜସ୍ୱ ସହାୟକ ଡେପୁଟେସନରେ ଅଛନ୍ତି ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟ କୁ ପଠାଇବା ସହ ଯେଉଁ ଜଣେ ଫେରାର ହୋଇ ଆସୁ ନାହାନ୍ତି ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି। ତହସିଲ କାର୍ଯ୍ୟାଳୟ ରେ ଉକ୍ତ ପ୍ରମାଣ ପତ୍ର ନ ପାଇଲେ ବିଶେଷ କରି ୫ମ ଓ ୮ ମ ଶ୍ରେଣୀ ପିଲା ମାନେ ଆଶ୍ରମ ବିଦ୍ୟାଳୟରେ ସିଟ ନ ପାଇ ପାଠ ପଢା ରୁ ବଞ୍ଚିତ ହୋଇ ଡ୍ରପ ଆଉଟ୍ ହୋଇ ରହିବେ। ଯଦି ଦୁଇ ଦିନ ମଧ୍ୟରେ ପ୍ରମାଣ ପତ୍ର ଯୋଗାଇ ନ ଦେଲେ ଅଭିଭାବକ ମାନେ ଜିଲ୍ଲାପାଳ ଙ୍କ ନିକଟକୁ ଯାଇ ସାକ୍ଷାତ କରିବା ପାଇଁ ଜଣାଇଛନ୍ତି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୧ ଟି ପଂଜିକୃତ ମାମଲାରୁ ୩୬ ଟି ଫଇସଲା

Leave a Comment

error: Content is protected !!