ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦରେ ବିସ୍ଥାପିତ ଗୋ’ ସମ୍ପଦା, ଗାଡିରେ ଚପି ସାତ ଗାଇ ମୃତ

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ଗତ କାଲି ତାଳଚେର ଗୋଡ଼ିବନ୍ଧରାସ୍ତାରେ ଅଜଣା ଗାଡି ସାତ ଗାଇକୁ ମଡ଼େଇ ଫେରାର ହୋଇ ଯାଇଥିବା ଖବର ଆମର ହସ୍ତଗତ ହୋଇଛି l ଗ୍ରାମ ଗୁଡିକ ଖଣି ଦ୍ୱାରା ବିସ୍ଥାପିତ ହେଲାପରେ ଏବଂ ଚାରଣଭୂମି ସବୁ ଖଣି ଅଧିକୃତ କରିଥିବା ଯୋଗୁଁ ଯେଉଁସବୁ ଗୃହ ପାଳିତ ଜୀବ ଥିଲେ ଆଜି ରାସ୍ତା ଉପରେ ଦୟନୀୟ ପରିସ୍ଥିତିରେ କାଳ କାଟୁଛନ୍ତି l ବିଭିନ୍ନ ସଂଗଠନ ଏବଂ ପଶୁପ୍ରେମୀ ରାସ୍ତା ଉପରେ ଥିବା ପଶୁଙ୍କୁ ଯାହା କିଛି ପ୍ରଯତ୍ନ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ l ବିଭିନ୍ନ ମହଲରୁ ଏହି ଗୃହ ପାଳିତ ଜୀବନଙ୍କ ଜୀବନ ରକ୍ଷା ନିମନ୍ତେ କାଞ୍ଜିଆହୁଦା କିମ୍ବା ତାଙ୍କ ଯତ୍ନ ନେବା ନିମନ୍ତେ ଉପଖଣ୍ଡ ପ୍ରଶାସନକୁ ଜୀବପ୍ରେମୀଙ୍କ ଅନୁରୋଧକୁ ପ୍ରଶାସନ ଅଣଦେଖା କରୁଥିବା ଶୁଣିବାକୁ ମିଳୁଅଛି l ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ପଡିରହିଥିବା ମୃତ ଗାଇ ଗୋରୁଙ୍କ ଦୃଶ୍ୟ ଅନେକ ସମୟରେ ଜନ ସାଧାରଣଙ୍କୁ ବିଚଳିତ କରିବା ସହିତ ପ୍ରଶାସନ ର ସମ୍ବେଦନା ହୀନ ନିଷ୍କ୍ରିୟତା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସାଜିଛି l

Related posts

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ : ମହାସଂଘ 

Sunil Chandra Nayak

ମାର୍କଫେଡ୍ ଡାଇରେକ୍ଟର୍ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ୍ ପେକ୍ସ୍ ର ଡାଇରେକ୍ଟର୍ ଥିବା ଦେବରାଜ ମାଝୀ ନିର୍ବାଚିତ 

Sunil Chandra Nayak

Leave a Comment

error: Content is protected !!