ରାଉରକେଲା/ ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ କଳ୍ପତରୁ ଆଶ୍ରମ ଠାରେ ସାମୁହିକ ଜନ୍ମ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ବନମାଳି କର,ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସଂଜୀବ ନାୟକ, ସସ୍ମିତା ପ୍ରଧାନ,ଗୌରୀ କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୁଲାଇ ମାସରେ ଜନ୍ମ ହୋଇଥିବା ଅନ୍ତେବାସୀ ଓ କବି କୁଞ୍ଜବିହାରୀ ରାଉତ ଙ୍କ ଜନ୍ମଦିନ ପାଇଁ କେକ୍ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଅତିଥି ମାନେ ଅନୁଷ୍ଠାନର ୯୧ତମ ସାମୁହିକ ଜନ୍ମ ଦିବସ ପାଳନ ପାଇଁ ସାଧୁବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦିବାକର ଦାସ, ପ୍ରଶାନ୍ତ କୁମାର ପାତ୍ର, ମୂରଲୀ ପଟ୍ଟନାୟକ,ରତିଲାଲ କୁମ୍ଭାର, ସ୍ବାଗତିକା ସ୍ବାଇଁ, ଗୋପାଳକୃଷ୍ଣ ଜେନା , ନିତାଞ୍ଜଳୀ ପରିଡା, ଆଶ୍ରମର ଗୋପାଳ ଗୋବିନ୍ଦ, ସୁର ବାବା, ଅରୁପାନନ୍ଦ ପରିଡା,ପ୍ରଦୀପ ବିଶୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।