ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା 

ଖଡ଼ିଆଳ,୨୮.୦୧.(ସୁଜିତ କୁମାର ପ୍ରଧାନ) ନୂଆପଡ଼ା ଜିଲ୍ଲା ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ନୂଆପଡା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ବୈଠକ ରେ ଖଡିଆଳ ମହୋତ୍ସବ ପାଳନ କମିଟି ଅଧ୍ୟକ୍ଷା ତଥା ଖଡିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଯୋଗ ଦେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପାଳନ କମିଟି ର ସହଯୋଗ ଏବଂ ପୋଲିସ ପ୍ରଶାସନ ର ମିଳିତ ଉଦ୍ୟମ ରେ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ଏବଂ ସୁରକ୍ଷା ର ପ୍ରତ୍ୟେକ କ୍ଷେତ୍ର କୁ ଅନୁଧ୍ୟାନ କରିବା ସହ ତାର ବିହିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଅଛି। ମହୋତ୍ସବ କୁ ଆସିବାକୁ ଥିବା ଓଡ଼ିଶାର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କୁ କଡା କୁଡ଼ି କରାଯିବ। ତେଣୁ ପାଳନ କମିଟି, ଖଡିଆଳ ନାଗରିକ ଏବଂ ଖଡିଆଳ ଅଞ୍ଚଳ ରୁ ଆସୁଥିବା ଦର୍ଶକ ବନ୍ଧୁ ଙ୍କୁ ବିଶେଷ ଅନୁରୋଧ ସହଯୋଗ କରି ମହୋତ୍ସବ କୁ ଉପଭୋଗ କରିବାକୁ ଆହ୍ବାନ କରିଛନ୍ତି। ଏହି ବୈଠକ ରେ ପୋଲିସ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ, ଖଡିଆଳ ବୋଡ଼େନ ଏବଂ ସିନାପାଲି ଥାନା ଅଧିକାରୀ ମାନେ ଯୋଗଦେଇ ଥିଲେ। ଖଡିଆଳ ମହୋତ୍ସବ ପାଳନ କମିଟି ସମ୍ପାଦକ ପ୍ରୁଥି ରାଜ୍ ମହାନ୍ତି, ସମସ୍ତ ପଦାଧିକାରୀ ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ।

Related posts

ଧର୍ମଗଡ:ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ପ୍ରଶାନ୍ତ ସେଠୀଙ୍କ ବସ୍ତି ପରିଦର୍ଶନ

Leave a Comment

error: Content is protected !!