ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

୧୪ ଚକିଆ ଟ୍ରକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବଣାଇଁ ୨୮/୧:- (ରିପୋର୍ଟ – ବନମାଳୀ ବାରିକ) ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଲଲେଇ ଛକ ନିକଟରେ ଏକ ୧୪ ଚକିଆ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଆହତ ବ୍ୟକ୍ତି ହେଲେ ଲଲେଇ କାଳିଆହୁଲି ସାହିର ବାସିନ୍ଦା ରାଜୁ ମୁଣ୍ଡା (୫୦)। ସେ ସାଇକେଲ ଯୋଗେ ଲଲେଇ ଛକ ଦିଗକୁ ଯାଉଥିବା ବେଳେ କୁର୍ଡା ପଟୁ ଚିପ୍ସ ଖାଲି କରି ଆସୁଥିବା ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

Related posts

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

Sunil Chandra Nayak

୫ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଠକେଇ ଅଭିଯୋଗରେ ରାଉରକେଲା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଜେଲ୍ ସଫେଇ କର୍ମଚାରୀଙ୍କୁ ଗିରଫ

Sunil Chandra Nayak

Leave a Comment

error: Content is protected !!