ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣଧୀନ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା:ଜଳ ଭଣ୍ଡାର ଜଳ ପତ୍ତନ ନିର୍ମାଣରେ ବାଧକ

ନିର୍ମାଣଧୀନ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା:ଜଳ ଭଣ୍ଡାର ଜଳ ପତ୍ତନ ନିର୍ମାଣରେ ବାଧକ

ତେନ୍ତୁଳିଖୁଣ୍ଟି ୨୮/୦୧/୨୬ — ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ,ନନ୍ଦାହାଣ୍ଡି ନବରଙ୍ଗପୁର ବ୍ଲକ ର ସତୁରୀ ହଜାର ହେକ୍ଟର ଜଳ ସେଚନ ପାଇଁ ୨୦୨୩ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ତିରିଶ ପ୍ରତିଶତ ହିଁ ହୋଇ ପାରିଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୁଇଟି ଠିକା କମ୍ପାନୀ ନେଇଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାର ର ଜଳ ସ୍ତର ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା ନେଇ ଦୁଇଟି ଏଜେନ୍ସି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କୁ ଭେଟି ଜଣାଇଥିଲେ। ଆଜି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ଓ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ଉଭୟ ପ୍ରକଳ୍ପ ର କାର୍ଯ୍ୟ ସ୍ଥଳ ଯଥା କଳାହାଣ୍ଡି ଜିଲ୍ଲାର ମୂର୍କା ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ଢେ ପ ଗୁଡ଼ା କୁ ଯାଇ ସ୍ଥିତି ପରଖି ଥିଲେ। ଇନ୍ଦ୍ରାବତୀ ଅତିଥି ଭବନ ରେ କାର୍ଯ୍ୟ ନିର୍ବାହୀ ଉଭୟ ସଂସ୍ଥା ର ବୈଷୟିକ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ଉପସ୍ଥିତି ରେ ଏକ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକ ପରେ ମେଗା ଉଠା ଜଳ ସେଚନ ପାଇଁ ନିର୍ମାଣ କାର୍ଯ୍ୟ ରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଜଳସ୍ତର ଯେଉଁ ବାଧକ ହୋଇଛି ତାହା ଦୂର କିଭଳି କରାଯାଇ ପାରିବ ସେହି ବିଷୟରେ ସର୍ବୋଚ୍ଚ ଯନ୍ତ୍ରୀ ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ କରି ସମାଧାନ କରିବା ପ୍ରୟାସ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। 

ଉଲ୍ଲେଖନୀୟ ବିଷୟ ଏହି ଯେ ତଳ ମୁଣ୍ଡ ବାସିନ୍ଦା ଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟି ରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ର ଜଳ ଅକ୍ଟୋବର ମାସରେ ନିଷ୍କାସନ ପାଇଁ ବାରମ୍ବାର ଦାବୀ ସତ୍ତ୍ୱେ ବିଭାଗ ଓ ଜନ ପ୍ରତିନିଧି ଗୁରୁତ୍ଵ ଦେଇ ନ ଥିଲେ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

ପେଟ ପାଇଁ ଲୁହା ଓ ନିଆଁ ସହ ସଙ୍ଘର୍ଷ

masiha

ଅବହେଳିତ ଢୋକ୍ରା କାରିଗର 

Sunil Chandra Nayak

Leave a Comment

error: Content is protected !!