ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁର ଘଟଣାକୁ ତୀବ୍ର ନିନ୍ଦା , ମହାଦଳିତ୍ ପରିସଂଘ ପକ୍ଷରୁ ମଣିପୁର ଘଟଣାକୁ ନେଇ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲିର ଆୟୋଜନ

ନବରଙ୍ଗପୁର–(ମସିହା)କୋରାପୁଟ ଜିଲ୍ଲା ମହାଦଳିତ୍ ପରିସଂଘ ମଣିପୁର ଘଟଣାକୁ ନେଇ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲି ଆୟୋଜନ କରିଥିଲା। ଏହି ରାଲିରେ ମଣିପୁର ଘଟଣାକୁ ମହା ଦଳିତ ପରିସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏହି ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲିରେ ରାଜ୍ୟ ମହା ଦଳିତ ପରିସଂଘର ସଭାପତି ଶ୍ରୀ ବୃନ୍ଦାବନ ଖରା ଉପସ୍ଥିତ ରହିଥିଲେ। ଏବଂ ରାଜ୍ୟ କନଭେନର୍ ମନସ୍ମିନୀ ଟାକ୍ରୀ, ଆବାହକ ପ୍ରବୀର ପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ। ରାଜ୍ୟ ସଭାପତି ଏହି ମଣିପୁର ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଏହି ଘଟଣାକୁ ନେଇ ସାରା ବିଶ୍ବ ସ୍ତବ୍ଧ ବୋଲି କହିଥିଲେ। ମଣିପୁରରେ ଯେପରି ଶାନ୍ତି ଫେରି ଆସିବ ଭାରତ ସରକାର ଏଥିପ୍ରତି ଦୃଷ୍ଟି ଦେବା କଥା ବୋଲି ମଧ୍ୟ ସେ କହିଥିଲେ। ଯେଉଁ ଭଳି ଭାବେ ଦୁଇ କୁଇ ନାରୀଙ୍କୁ ବଳାତ୍କାର ପରେ ଉଲଘ୍ନ ଭାବେ ରାଜରାସ୍ତାକୁ ପାଦରେ ଚଲାଇ ନେଉଥିଲେ, ଏହାଠାରୁ ଆଉ କୈାଣସି ନିନ୍ଦନୀୟ ଘଟଣା ହୋଇ ନ ଥାଇପାରେ l ଏହା ଏକ ନିନ୍ଦନୀୟ ,ଘୃଣ୍ୟ, ଅମାନୁଷିକ ବର୍ବରତାର କାଣ୍ଡ ଏହିଭଳି ଘଟଣା ମୋତେ ମର୍ମାହତ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ବୃନ୍ଦାବନ ଖରା ତାଙ୍କ ନିଜ ମନ୍ତବ୍ୟରେ କହିଛନ୍ତି। ଯେଉଁମାନେ ମଧ୍ୟ ଏହି ଭଳି ଜଘନ୍ୟ ଅପରାଧ କରିଛନ୍ତି ଏବଂ ସାରା ବିଶ୍ବରେ ଆମ ଭାଇଚାରାର ଦେଶ ଭାରତକୁ ନିମ୍ନ କରିଛି l ସେମାନଙ୍କୁ କୋଠର ଭାବେ ଦଣ୍ଡିତ କରାଯାଉ ବୋଲି କହିଛନ୍ତି।କୋରାପୁଟ ଜିଲ୍ଲାରେ ମହାଦଳିତ୍ ପରିସଂଘ ତରଫରୁ ଆଜି ସନ୍ଧ୍ୟା ୫ଟା ରୁ ଜୟପୁର ଆମ୍ବେଦକର ଛକ ନିକଟରୁ ବିଶାଳ କ୍ୟାଣ୍ଡେଲ୍ ରାଲି ବାହାରି ଜୟପୁର ରାଜନଗର ଠାରେ ପହଞ୍ଚିଥିଲା । ଏହି କ୍ୟାଣ୍ଡେଲ୍ ରାଲି ଶାନ୍ତି ପୂର୍ବକ ଭାବେ କରାଯାଇଥିଲା lଆଜିର ଏହି ରାଲିରେ ରାଜ୍ୟ ମହାଦଳିତ୍ ପରିସଂଘ ସଭାପତି ଶ୍ରୀ ବୃନ୍ଦାବନ ଖରା,ଲିଗାଲ୍ ଆଡଭାଇଜର୍ ଜି .ମହେଶ୍, ଆଡଭାଇଜର୍ ସୋରଜ କୁମାର ଭତ୍ରା, ଲିଗାଲ୍ ଆଡଭାଇଜର୍ ଉଦିତ ଖୋସଲା, ଲିଗାଲ୍ ଆଡଭାଇଜର୍ ପ୍ରେମ ନାୟକ, ଉପସଭାପତି ଅଜୟ ଦୋରା, ସାଧାରଣ ସମ୍ପାଦକ ଭାଗିରଥି ଟାକ୍ରୀ,ଆଡ଼ଭୋକେଟ୍ ଅରୁଣ ଖଡଗରାୟ , ଶ୍ରୀ ସୁରେନ୍ଦ୍ର ଖରା,ବରିଷ୍ଟ ପରାମର୍ଶ ଦାତା କୈଳାସ ନାଗ, କାର୍ଯ୍ୟ କର୍ତ୍ତା ଶ୍ରୀ ଲକ୍ଷ୍ମୀ ବାବୁ ବେହେରା,ବରିଷ୍ଠ କାର୍ଯ୍ୟ କର୍ତ୍ତା ତଥା କୋରାପୁଟ ଜିଲ୍ଲା ମହାଦଳିତ୍ ପରିସଂଘ ସଭାପତି ରାଜୀବ ଟାକ୍ରୀ, ଶ୍ରୀ ପ୍ରବୀର ପାତ୍ର,ନିଳ ମାଧବ, ଏକ୍ଟିଭ୍ କାର୍ଯ୍ୟ କର୍ତ୍ତା କାର୍ତ୍ତିକ ନାଗ ଏବଂ କାର୍ଯ୍ୟକର୍ତ୍ତା ଅମୃତ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ।

 ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରାଦ୍ଧ ଦିବସରେ ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳୀ

masiha

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

Sunil Chandra Nayak

ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଗଣିତ ଅଧ୍ୟାପକ ହରେକୃଷ୍ଣ ମିଶ୍ରଙ୍କ ଦେହାନ୍ତ

masiha

Leave a Comment

error: Content is protected !!