ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସେମିଲିଗୁଡ଼ା ହେନା ଗାର୍ଡେନ ଠାରେ ବ୍ଲକ ସ୍ତରୀୟ ବିଜୁ ଯୁବ ଛାତ୍ର ତାଲିମ ଶିବିର ଅନୁଷ୍ଠିତ

ବନ୍ଧୁଗାଁ ତା,୩୦/୭/୨୩,//  କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ସ୍ତରୀୟ ବିଜୁ ଯୁବ ଓ ଛାତ୍ର ତାଲିମ ଶିବିର ଆୟୋଜନ ହେଇଯାଇଛି I ଏହି ତାଲିମ ଶିବିରରେ ବ୍ଲକର ବଛା ବଛା ଯୁବଛାତ୍ରଙ୍କୁ ନେଇ ଏ ସଭା ଆୟୋଜନ କରାଯାଇଛି । ଏହି ସଭାରେ ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା , ସାଂସଦ ଆଶାୟୀ ପର୍ଥିନି ଶ୍ରୀମତୀ କୌଶଲ୍ୟା ହିକକା ,କୋରାପୁଟ ପୌରପରିଷଦ ଅଧକ୍ଷ ଓ ଜିଲ୍ଲା ଯୁବ ସଭାପତି ଶ୍ରୀ ଲୁଲୁ ସେଠି, ରାଜ୍ୟ ଜାଗା ମିଶନ ଉପଦେଷ୍ଟା ଓ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ହରି ଶଙ୍କର ରାଉତ ,ସୁନାବେଡ଼ା ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପାତ୍ର, ରାଜ୍ୟ ବିଜୁ ଯୁବ ସମ୍ପାଦକ ଅମିତ୍ ଅଗ୍ରୱାଲ , ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସେମିଲିଗୁଡା ବ୍ଲକ ସଭାପତି ରାମ ଅନ୍ତବାରୀୟା, ଜିଲ୍ଲା ଛାତ୍ର ସଭାପତି ଆଶିଷ ପଣ୍ଡା , ସେମିଳିଗୁଡା ବ୍ଲକ ଉପାଧକ୍ଷ ଶିବା ବାଙ୍ଗାରି, ଜିଲ୍ଲା ଯୁବ ସାଙ୍ଗଠାନିକ ସମ୍ପାଦକ ପିଣ୍ଟୁ ସାହୁ, ଯୁବ ନେତା ଅଶୋକ ପ୍ରଧାନ ,ଛାତ୍ର ନେତା ଆଶିଷ ଭାଲୁ ଉପସ୍ଥିତ ରହି ଆଗାମୀ ଦିନରେ କିପରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ୍ କରାଯିବ ସେ ବିଷୟରେ ବ୍ଲକର ପ୍ରତ୍ୟକ ପଞ୍ଚାୟତର ସମସ୍ତ ସଭାପତି ଙ୍କୁ ତାଲିମ ଦେଇଛନ୍ତି ରାଜ୍ୟ ଜାଗା ମିଶନ ଉପଦେଷ୍ଟା ଓ କୋରାପୁଟ ଜିଲ୍ଲା ସହ ପର୍ଯ୍ୟବ୍ୟକ୍ଷକ ହରି ଶଙ୍କର ରାଉତ ଓ ଜିଲ୍ଲା ସଭାପତି ଝିନ ହିକକା । ଆଜିର ଏହି ଶିବିରରେ ଆଗାମି ନିର୍ବାଚକୁ ଆଖି ଆଗରେ ରହିଥିବାରୁ ନିର୍ବାଚନ ପାଇଁ ବିଜେଡି ସରକାର ଓଡିଶାରେ ଫୁଣି ହାତେଇ ନେବା ପାଇଁ ଅଣ୍ଟାଭିଡିବାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଜେଡି ସାଙ୍ଘଠାନିକ ବୈଠକ ହୋଉ କି କର୍ମୀ ସମ୍ମିଳନୀ ବୈଠକ ହୋଉ ଲୋକଙ୍କ ପାଖକୁ ପହଞ୍ଚି ଲୋକଙ୍କୁ ସଚେତନ ସହ ପ୍ରତ୍ୟକ ବ୍ଲକରେ ଜିଲ୍ଲା ନୂତନ ସଭାପତୀଙ୍କ ନିର୍ଦ୍ଦେଶ କ୍ରମେ ଦୃଢ ଭାବରେ ନିଜର ଦଳକୁ ମଜଭୁତ କରିବା ପାଇଁ ରଣନୀତି କରୁଥିବାର ଦେଖିବାକୁ ମିଳୁଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ଡାବୁଗାଁ ସିଡିପିଓ ଙ୍କୁ ବିରୋଧରେ ଡାବୁଗାଁ କଂଗ୍ରେସ ର ଖବରଦାତା ସମ୍ମିଳନୀ

Leave a Comment

error: Content is protected !!