ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମ.ରାମପୁର ଡ୍ରାଇଭର ସଂଘର ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ

ମ.ରାମପୁର,୧୫/୩( ମସୀହା): ଓଡ଼ିଶା ଡ୍ରାଇଭର ମହାସଂଘ ଆଜି ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚଳାଇଛନ୍ତି l ଏହି ଆନ୍ଦୋଳନ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ଦେଖା ଯାଇଛି l ଆଜି ସକାଳ ୬ ଘଣ୍ଟା ସମୟରୁ ମ.ରାମପୁର ଜେନବୁଢା ଗାଡ଼ି ଚାଳକ ସଂଘର କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଚରିଛକ ଠାରେ ଗାଡ଼ି ମୋଟର ଅଟକାଇ ତାଙ୍କ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବରେ ଚଳାଇଛନ୍ତି l ଜରୁରୀ ସେବାରେ ଥିବା ଗାଡ଼ି ଗୁଡ଼ିକୁ ବାଦଦେଇ ଅନ୍ୟାନ୍ୟ ଗଡି ଗୁଡ଼ିକୁ ଅଟକାଉଛନ୍ତି l ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଛି ଫଳରେ ସାଧାରଣ ଜନତା ବହୁତ ହଇରାଣ ସମ୍ମୁଖୀନ ହେଉଛନ୍ତି l ଏହି ଆନ୍ଦୋଳନ ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି l ସେମାନଙ୍କ ୧୦ ଦଫା ଦାବି ହେଉଛି-କରୋନା ଯୋଦ୍ଧା ସମ୍ମାନ,ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ବ୍ୟବସ୍ଥା,୫ ହଜାର ପେନସନ ସହିତ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦେବା,ପ୍ରତି ୧୦୦ କିମି ବ୍ୟବଧାନରେ ବିଶ୍ରମଗାର,ଶୌଚାଳୟ ର ବ୍ୟବସ୍ଥା,ଦୁର୍ଘଟଣାରେ ପ୍ରାଣ ହରାଇଥିବା ତାଙ୍କ ପରିବାର ବର୍ଗ ଙ୍କୁ ୨୦ ଲକ୍ଷ ଟଙ୍କା ବିମାରାଶୀ ଏବଂ ଅକର୍ମଣ୍ୟ ହେଲେ ତାଙ୍କୁ ୧୦ ଲକ୍ଷ ବୀମା ସହିତ ଚିକିତ୍ସା ସେବା ଯୋଗାଇ ଦେବା,ଦ୍ଵିତୀୟ ସୈନିକ ମାନ୍ୟତା,ପିଲାଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା,ରାସ୍ତାରେ ପ୍ରଶାସନର ବିଭିନ୍ନ ହଇରାଣ ହରକତ ବନ୍ଦ କରିବା,ଲାଇସେନ୍ସ ପାଇଁ ୧୫ ହଜାର ବଦଲେ କମ୍ ଅର୍ଥ ଧାର୍ଯ୍ୟ ପାଇଁ ଦାବି ରଖିଛନ୍ତି l ଏହି ଆନ୍ଦୋଳନ ରେ ମ.ରାମପୁର ଡ୍ରାଇଭର ସଂଘର ସଭାପତି ବିଶ୍ବରଂଜନ ମାହାର,ଉପସଭାପତି ତରୁଣ ହାତୀ,ସମ୍ପାଦକ ସ୍ବାଗତ ମହାନ୍ତି,ସହସଂପାଦ ଶିବରାମ ନାହାକ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବିଶିଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ ସାମିଲ ରହିଛନ୍ତି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

masiha

ଅବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକଙ୍କ ଉଦବେଗ,,!!

masiha

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

Leave a Comment

error: Content is protected !!