ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ 5T ସ୍କୁଲ ପରିଦର୍ଶନ

ତିର୍ତ୍ତୋଲ :- ବିଦ୍ୟାଳୟର ଢାଞ୍ଚା ପରିବର୍ତ୍ତନ କରାଯାଇ ଶିକ୍ଷାର ପ୍ରସାର ନିମନ୍ତେ ଓଡିଶା ସରକାର ନେଇଥିବା ପଦକ୍ଷେପ ଅତି ପ୍ରଶଂସନୀୟ ହୋଇଥିବା ବେଳେ, କିପରି ରହିଛି ତାର କଳେବର ! ଶୁଣାଯାଏ ଯେ ଏହି କାର୍ଯ୍ୟକୁ 5T ଅଧୀନରେ ତ୍ୱରାନ୍ୱିତ କରାଯାଉଥିବା ବେଳେ ଠିକାଦାର ସାଜିଥିବା ସ୍କୁଲ କମିଟି ନିମ୍ନ ମାନର କାର୍ଯ୍ୟ କରି ବହୁ ଅର୍ଥ ହଡପ କରୁଛନ୍ତି ! ବ୍ଲକ ସ୍ତରରେ ଏଥିପାଇଁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନଥିବା ଲକ୍ଷ କରାଯାଉଥିବା ସ୍ଥଳେ ଏଇ ନିକଟରେ ସରକାର ଙ୍କ ଦ୍ୱାରା ମୋ ସ୍କୁଲ ଅଭିଯାନରେ 5T ଅନ୍ତର୍ଭୁକ୍ତ ଦୁଇଟି ସ୍କୁଲକୁ ପରିଦର୍ଶନ କଲେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରୁଦ୍ର ନାରାୟଣ ଦାଶ ! ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶ୍ରୀଯୁକ୍ତ ଦାଶ 5T ଅଧୀନ ତରଜଙ୍ଗା ଉଚ୍ଚ ବିଦ୍ୟାଳୟ ଏବଂ ତିର୍ତୋଲସ୍ଥିତ ମଣିଚରଣ ସାରଳା ଏକାଡେମୀ ବିଦ୍ୟାଳୟ କୁ ପରିଦର୍ଶନ କରିବା ସହିତ ଭିତ୍ତିଭୂମିର ବିକାଶ ବିଷୟରେ ସମୀକ୍ଷା କରିଥିଲେ ! ଏହି ସବୁ କାର୍ଯ୍ୟ ମଧ୍ୟରେ ତିର୍ତ୍ତୋଲ ବିଡିଓ ଅଟଳବିହାରୀ ସ୍ୱାଇଁ ଓ ଏ ବିଡିଓ ସତ୍ୟଜିତ ସ୍ୱାଇଁ ଙ୍କ ସମେତ ଦୁଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ! ଏପର୍ଯ୍ୟନ୍ତ କୌଣସି ବିଦ୍ୟାଳୟ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହୋଇପାରିନଥିବାର ଲୋକ ଚର୍ଚ୍ଚାର ବିଷୟ ପାଲଟିଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

Sunil Chandra Nayak

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

ଏଫଏମୟୁରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!