ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଜନ ପ୍ରତିନିଧି

କୋକସରା,୧୫/୩ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପଞ୍ଚାୟତର ଦୁଆର ମୁହଁ ମାଡୁ ନାହାନ୍ତି। ଅନେକ ଥର ମହିମା ସରପଞ୍ଚ ଓ ସମିତି ସଭ୍ୟ ଏନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସୋମବାର କୋକସରା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପଞ୍ଚାୟତରେ ନୂତନ ପିଇଓ ଦେବାକୁ ମହିମା ସରପଞ୍ଚ ଇଶ ରାମ କୋଲଥିଆ ଓ ସମିତି ସଭ୍ୟ ଘନଶ୍ୟାମ ନାଏକ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ କୋକସରା ବ୍ଲକର ମହିମା ପଞ୍ଚାୟତରେ ଗତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମାନ ଗୋବିନ୍ଦ ଦଳେଇ ଯୋଗ ଦେଇଥିଲେ । ହେଲେ ଯୋଗଦେବା ପରେ ସେ ଆଉ ପଞ୍ଚାୟତକୁ ଆସୁ ନାହାଁନ୍ତି । ଫଳରେ ଆଜିକୁ ୪ ମାସରୁ ଉର୍ଦ୍ଧ ସମୟ ହେବ ବିନା ଛୁଟିରେ ଅଧିକାରୀ ଅନୁପସ୍ଥିତ ରହିଛନ୍ତି ଫଳରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡି କୋକସରା ବିଡ଼ିଓ ଦେବବ୍ରତ କରାଟିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାସହ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ 

Sunil Chandra Nayak

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ୍ ୪ ଆସନ୍ତା ୩୧ ଓ ୧ ରେ ….

Sunil Chandra Nayak

ଓଡ଼ାପଡ଼ା ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଦଫା ସମ୍ବଳିତ ଦାବିପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!