ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୀମ ଆର୍ମୀ ଭାରତ ଏକତା ମିଶନ ପକ୍ଷରୁ କାଂଶୀରାମ ସାହେବଙ୍କ ଜନ୍ମଦିବସ ପାଳିତ

ବହୁଜନ ସମାଜର ମହାନ ସମାଜ ସଂସ୍କାରକ, ବାବାସାହେବଙ୍କ ମାନବବାଦୀ ବିଚାରଧାରାର ଉଦ୍ଧାରକ ରାଜନୈତିକ ଚେତନାର ମସୀହା ମାନ୍ୟବର କାଂଶୀରାମ ସାହେବଙ୍କ ୮୯ ତମ ଜନ୍ମଦିବସ ଭୀମ ଆର୍ମୀ ଭାରତ ଏକତା ମିଶନ ର କଳାହାଣ୍ଡି ଶାଖା ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଦେୱ୍ଵାନ ସାହେବ ପଡା ଠାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଭୀମ ଆର୍ମୀ କଳାହାଣ୍ଡି ଜିଲ୍ଲା ସଭାପତି ଧୀମାନ୍ ରଜନୀକାନ୍ତ ସମର୍ଲିଆ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଇନଜୀବୀ ତଥା ଆମ୍ବେଦକର ବିଚାରଧାରାର ଦୃଢ଼ ସମର୍ଥକ ଧୀମାନ୍ ୠଷି ସୂଦନ ଛତ୍ରପାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭୀମ ଆର୍ମୀ ର ରାଜ୍ୟ ଉପାଧ୍ୟକ୍ଷ ଆଶିଷ ରଞ୍ଜନ ନାଏକ ଯୋଗ ଦେଇଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନେ ତଥାଗତ ବୁଦ୍ଧ, ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ମାନ୍ୟବର କାଂଶୀରାମ ସାହେବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଅତିଥି ମାନେ ବହୁଜନ ସମାଜର ରାଜନୈତିକ ପ୍ରଗତି ଓ ଉତ୍ଥାନ ପାଇଁ କାଂଶୀରାମ ସାହେବଙ୍କ ଅବଦାନ ଅତୁଳନୀୟ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତାଙ୍କର ଜୀବନ ସଂଘର୍ଷମୟ ରହିଥିଲା, ବାବାସାହେବଙ୍କ ମହାପରିନିର୍ବାଣ ପରେ ଯେଉଁ ଶୂନ୍ୟସ୍ଥାନ ଥିଲା ତାକୁ କାଂଶୀରାମ ସାହେବ ଖାଲି ପୂରଣ କରି ନ ଥିଲେ ବରଂ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ପାରିଥିଲେ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଯୁବସମାଜ ରାଜନୀତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବା ଉଚିତ ବୋଲି ଆହ୍ଵାନ କରିଥିଲେ। ବହୁଜନ ସମାଜର ଲୋକେ ତାଙ୍କ ଯୋଗୁଁ ରାଜନୈତିକ ସଚେତନତା ସହ ନିଜ ଅଧିକାର ସମ୍ବନ୍ଧରେ ଜାଗୃତ ହୋଇ ପାରିଥିଲେ ଓ ଭାରତୀୟ ରାଜନୀତିରେ ନୂତନ ସମୀକରଣର ଉଦୟ ହୋଇଥିବା କହିଥିଲେ। 

ଅନ୍ୟ ମାନଙ୍କ ମଧ୍ୟରେ ପୃଥ୍ୱୀରାଜ ଛତ୍ରିଆ, ଦେବେନ୍ଦ୍ର ନାଏକ ପ୍ରମୁଖ କାଂଶୀରାମ ସାହେବଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାକୁ ରୋହିତ ନାଏକ ପରିଚାଳନା କରିଥିବା ବେଳେ ଆଶିଷ ରଞ୍ଜନ ନାଏକ ଧନ୍ୟବାଦ ଅର୍ପଣ କରି ସଭାକୁ ପରିସମାପ୍ତି ଘୋଷଣା କରିଥିଲେ।

ରଜନୀ କାନ୍ତ ସମର୍ଲିଆ ଙ୍କ ରିପୋର୍ଟ 

Related posts

ପଂଚାୟତ ରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରୁଛି କାମାକ୍ଷାନଗର ବିଜେପି

Sunil Chandra Nayak

ପାପଡାହାଣ୍ଡି ବ୍ଲକ ବିଜେଡି କର୍ମୀ ସମ୍ମିଳନି 

Sunil Chandra Nayak

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

Leave a Comment

error: Content is protected !!