ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋଟର ପମ୍ପ ଚୋରି ଅଭିଯୋଗରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

କୋକସରା,୧୫/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୋକସରା ପୁଲିସ। କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହର ଗତ ୧୧/୦୩ ତାରିଖରେ କୋକସରା ଥାନାରେ ନିଜ ଚାଷ ଜମିର ମୋଟର ଚୋରି ନେଇ ଅଭିଯୋଗ କରିଥିଲେ। କୋକସରା ପୁଲିସ ଘଟଣାର ତଦନ୍ତ କରି ଚୋରି ଘଟଣାରେ ଖୁଣ୍ଟିଆ ଗ୍ରାମର ଉପେନ୍ଦ୍ର ପଟେଲ(୩୨), ମହେନ୍ଦ୍ର ପଟେଲ(୨୮) ଓ ଗୟଲ ଧରୁଆ(୪୦) ଙ୍କୁ ଗିରଫ କରି ଚୋରି ଘଟଣାରେ ସମ୍ପୃକ୍ତ ଥିବା ସ୍ପଷ୍ଟ ପ୍ରମାଣିତ ହେବାପରେ କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୁଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ କୋକସରା ଥାନା କେଶ ନମ୍ବର ୮୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଚୋରି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ତେବେ କୋକସରା ବ୍ଲକର କୋକସରା ଓ ଆମପାଣି ଥାନା ଅଞ୍ଚଳରେ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ସମୟ ହେଲା ମୋଟର ଚୋରି କରୁଥିବା ପଛରେ ଏକ ରାକେଟ ସକ୍ରିୟ ଥିବା ବେଳେ ଗାଁ ଗାଁ ରୁ ଚାଷୀଙ୍କ ବୋରୱେଲ ଓ ଏଲ୍ ଆଇ ପଏଣ୍ଟର ମୋଟର ଚୋରି ହେଉଥିବା ଯୋଗୁଁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ହେଲେ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ମସିହା ନିଉଜ ସର୍ଭିସ୍ 

Related posts

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ଘରେ କେହି ନଥିବାର ସୁଯୋଗ ନେଇ ଚୋର କଲେ ଚୋରି

masiha

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

Leave a Comment

error: Content is protected !!