ଗାନ୍ଧିଜୀଙ୍କ ଇପସିତ ଭାରତ
ଗାନ୍ଧୀ ହେ! ତୁମେ ଫେରିଆସ ଫେରିଆସ
ଦେଖିଯାଅ ବାରେ ନେତ୍ରେ,
କି ଥିଲା ଭାରତ କି ହୋଇଛି ଆଜ
ଜ୍ଵାଳା ତ ଲିଭୁନି ଗାତ୍ରେ।।
ତୁମେ ସତ୍ୟର ଗାଥା ଗାଉଥିଲ
ପୁଣି ଗୀତାର ବାଣୀକୁ କହୁଥିଲ,
ସତ୍ୟ ଅହିଂସାକୁ ଅସ୍ତ୍ର କରି ତୁମେ
ଦୁର୍ଦ୍ଧଷ ଜାତିକୁ ତଡି ଦେଲ।।
ଇରମ ମାଟିବି ଗାଏ ଗାଥା ଏବେ
ଲୁଣ ମରା କାମ କରିଥିଲ ,
ସାହସିକତାର ମଶାଲ ଜଳାଇ
ଆଶାର ଆଲୋକ ଦେଖାଇଲ।।
ଚରଖାରେ ସୂତା କାଟୁଥିଲ ,
ଖଦଡ଼ ପିନ୍ଧାକୁ ଶିଖାଇଲ,
ସାବରବତୀର ଆଶ୍ରମରେ ତୁମେ
ସାଧନାର ମଞ୍ଜି ବୁଣି ଦେଲ।।
ମହାପୁରଷଙ୍କ ତପୋଭୂମି ଆଜି
ମଦର ବନ୍ୟାରେ ଖେଳେ ହୋରି
ମାନବିକତା ତ ଯାଇଛି ପାଶରୁ,
ସ୍ବାର୍ଥପର ପଣ ଗଲା ଘାରି।।
ତୁମ ସପନ ହଜିଛି ଆଜ
କେତେ ଆଶା ନେଇ ଦେଖୁଥିଲ ତୁମେ
ଗଢ଼ିବାକୁ ରାମରାଜ୍ୟ।।
ସ୍ବପ୍ନ ଭାଙ୍ଗିଯାଏ, ବୁକୁ ଫାଟିଯାଏ,
ଦେଖି ଏ ନଗ୍ନ ଚିତ୍ର,
କାଳର କରାଳ ବିଭୀଷିକା ତଳେ,
ଲୋଟୁଛି ଭାରତ ଗାତ୍ର।।
ପବିତ୍ରତା ଆଜି ପାଲଟିଛି ସ୍ବପ୍ନ , ଧୂଳିକଣା ଅପବିତ୍ର।
ଏଇ ମହାନ୍ ଦେଶର ନାୟକ,
ସ୍ମୃତି ହୋଇ ତୁମେ ରହିଯାଅ ପଛେ
ଅନ୍ଧାରରେ ହୁଅ ଆଲୋକ।।
ପଦଧୂଳି ତୁମ ପାଇବା ପାଇଁକି
ନତକରୁ ଆମ ମସ୍ତକ।।
ଚିତ୍ରା ରାଣୀ ପାତ୍ର
ବାଲେଶ୍ଵର