ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଭାଗବତ ପ୍ରସାଦ ଙ୍କ କବିତା //ଏଇ ଖ୍ରୀଷ୍ଟ ମାସର କାହାଣୀ 

ଏଇ ଖ୍ରୀଷ୍ଟ ମାସର କାହାଣୀ 

କାହାଣୀ ଏଇ ଖ୍ରୀଷ୍ଟ ମାସର
ସରଗ ତେଜି ଯୀଶୁ ଆସିଲେ,
ଏ ଧରା କୋଳେ ଜନମ ନେଲେ
ହେଲେ ରକ୍ତ ମାଂସ ଶରୀର !
ଐଶର୍ଯ୍ୟ ମଣ୍ଡିତ ପଲଙ୍କତେଜି,
ଗୁହାଳକୁଣ୍ଡେ ଶୋଇଲେ….
ମେଷପାଳକଙ୍କୁ ସ୍ବର୍ଗୀୟ ବାହିନୀ
ଏଇ ଗୀତ ଶୁଣାଇଲେ….
ଦାଉଦ ନଗରେ ତ୍ରାଣକର୍ତ୍ତା ଭାବେ,
ଖ୍ରୀଷ୍ଟ ଯୀଶୁ ଏବେ ତୁମରି ନିମନ୍ତେ,
ହୋଇଛନ୍ତି ଜନମ !
ପ୍ରଥମ ଆଦମ କରିଲେ ପାପ,
ପାପୀ ହେଲେ ସର୍ବଜନ
ଦ୍ଵିତୀୟ ଆଦମ ପାପକ୍ଷମା ପାଇଁ,
ଯୀଶୁ ନାମେ ଅବତୀର୍ଣ୍ଣ…
ଆକାଶତଳେ ମନୁଷ୍ୟ ମଧ୍ୟରେ,
ଯୀଶୁନାମ ବିନା ମୁକ୍ତି ନାହିଁରେ.
ଅଛି ତାଙ୍କ ନାମେ ଉଦ୍ଧ|ର ¡
 ଆଜିବି ନହେଲେ ଦିନେନା ଦିନେ,
ଯୀଶୁନାମେ ସର୍ବଜନ —
ଜାନୁନତ କରି ପ୍ରଭୁଯେ ଉଚ୍ଚାରୀ,
ଲଭିବେ ସେ ପରିତ୍ରାଣ….
ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ —
ଯୀଶୁ ହିଁ ଜୀବନ ଯୀଶୁ ହିଁ ଶାଶ୍ୱତ
ଯୀଶୁ ଅନନ୍ତ ଯୁଗର !
କାହାଣୀ ଏଇ ଖ୍ରୀଷ୍ଟ ମାସର …..

 ଭାଗବତ ପ୍ରସାଦ 

  ଜଗତସିଂହପୁର 

Related posts

ଜାନକୀ ମହାନ୍ତ ଙ୍କ କବିତା = ମିଠା ଦରଜ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

ବାସନ୍ତୀ ସାହୁ ଙ୍କ କବିତା // ଚାଷୀ ର ସ୍ୱର

Sunil Chandra Nayak

Leave a Comment

error: Content is protected !!