ସାହିତ୍ୟ ଅଗଣାଭାଗବତ ପ୍ରସାଦ ଙ୍କ କବିତା //ଏଇ ଖ୍ରୀଷ୍ଟ ମାସର କାହାଣୀ by Sunil Chandra NayakDecember 25, 2022075 Share1 ଏଇ ଖ୍ରୀଷ୍ଟ ମାସର କାହାଣୀ କାହାଣୀ ଏଇ ଖ୍ରୀଷ୍ଟ ମାସର ସରଗ ତେଜି ଯୀଶୁ ଆସିଲେ, ଏ ଧରା କୋଳେ ଜନମ ନେଲେ ହେଲେ ରକ୍ତ ମାଂସ ଶରୀର ! ଐଶର୍ଯ୍ୟ ମଣ୍ଡିତ ପଲଙ୍କତେଜି, ଗୁହାଳକୁଣ୍ଡେ ଶୋଇଲେ…. ମେଷପାଳକଙ୍କୁ ସ୍ବର୍ଗୀୟ ବାହିନୀ ଏଇ ଗୀତ ଶୁଣାଇଲେ…. ଦାଉଦ ନଗରେ ତ୍ରାଣକର୍ତ୍ତା ଭାବେ, ଖ୍ରୀଷ୍ଟ ଯୀଶୁ ଏବେ ତୁମରି ନିମନ୍ତେ, ହୋଇଛନ୍ତି ଜନମ ! ପ୍ରଥମ ଆଦମ କରିଲେ ପାପ, ପାପୀ ହେଲେ ସର୍ବଜନ ଦ୍ଵିତୀୟ ଆଦମ ପାପକ୍ଷମା ପାଇଁ, ଯୀଶୁ ନାମେ ଅବତୀର୍ଣ୍ଣ… ଆକାଶତଳେ ମନୁଷ୍ୟ ମଧ୍ୟରେ, ଯୀଶୁନାମ ବିନା ମୁକ୍ତି ନାହିଁରେ. ଅଛି ତାଙ୍କ ନାମେ ଉଦ୍ଧ|ର ¡ ଆଜିବି ନହେଲେ ଦିନେନା ଦିନେ, ଯୀଶୁନାମେ ସର୍ବଜନ — ଜାନୁନତ କରି ପ୍ରଭୁଯେ ଉଚ୍ଚାରୀ, ଲଭିବେ ସେ ପରିତ୍ରାଣ…. ଯୀଶୁ ହିଁ ପଥ, ଯୀଶୁ ହିଁ ସତ୍ୟ — ଯୀଶୁ ହିଁ ଜୀବନ ଯୀଶୁ ହିଁ ଶାଶ୍ୱତ ଯୀଶୁ ଅନନ୍ତ ଯୁଗର ! କାହାଣୀ ଏଇ ଖ୍ରୀଷ୍ଟ ମାସର ….. ଭାଗବତ ପ୍ରସାଦ ଜଗତସିଂହପୁର