ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

        ଜଣାଣ

  ମାନଗୋବିନ୍ଦ ସ୍ବାଇଁ

ଜୀବନ ସାଗର ଆତ୍ମା ମୋ ନଉକା
    ପ୍ରଭୁ ମୋ ଶେଷ ନାବିକ
କୂଳରେ ପହଁଚି ଭରସା ଦେବକି
     ଜୀବନ ସ୍ଥିତି ସଉକ।
ଅଥଳ ସାଗରେ ଭାସିମୁ ଯାଉଛି
     ସୂତା ଖିଅ ମୋର ଆଶା
ଭରସା କରିଛି ତୁମେ ମହାପ୍ରଭୁ
     ବଞ୍ଚିବା ହେଉ ଭରସା।
ତୁମେ ଦେବ ମତ ଯିବି ସେହି ପଥ
       ଆଜ୍ଞା କରି ମୁ ପାଳନ
ତୁମ ନାମ ଧରି ଭକ୍ତି ମୋ ଅନ୍ତର
      ଗାଏ ଭଜନ ଜଣାଣ।
ତୁମେ ନିରାକାର ଅଦୃଶ୍ୟ ମୂରତୀ
      ଅନୁଭବ ମୋର ଶକ୍ତି
ଜପ ତପ କରି ଦିବସ ସରିବ
     ଶେଷରେ ଦିଅ ମୁକତି।
ସଂସାର ଝଡ଼ରେ ଦୁଃଖ କଷ୍ଟ ଆସେ
     ସହିବା ମୋ ସବୁକିଛି
ଧର୍ଯ୍ୟ ବଢ଼ା ପ୍ରଭୁ ତୁମରି ଆଶିଷ
     ସେବାକୁ ନେଉଛି ବାଛି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା // ଆସିଛି ଜାଗର ପୂଜିବି ଶଙ୍କର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ନବ ବର୍ଷ l l

Sunil Chandra Nayak

ସଫଳା ଦାସ ଙ୍କ କବିତା l l ନବବର୍ଷ l l

Sunil Chandra Nayak

Leave a Comment

error: Content is protected !!