ସାହିତ୍ୟ ଅଗଣାସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା __ ନିରାଶ __ by Sunil Chandra NayakJanuary 12, 20230144 Share0 __ ନିରାଶ __ ଜଗନ୍ନାଥ କାହିଁ ମୋତେ କଲ ନିରାଶ ଦେଲ ନାହିଁ ତୁମେ ମୋତେ ଶ୍ରୀକ୍ଷେତ୍ରେ ବାସ ତୁମ ପାଦ ସେବା ନିତି କରନ୍ତା ଦାସ ଜଗନ୍ନାଥ କାହିଁ ମୋତେ …………….୧ କି ଦୋଷ ଦେଖିଲ କୁହ ଦୂରେଇ ଦେଲ ନିକଟରେ ଥାଇ ପ୍ରଭୁ ଦେଖା ନ ହେଲ କୃପା କର କୃପା ନିଧି ନକରି ରୋଷ ଜଗନ୍ନାଥ କାହିଁ ମୋତେ …………….୨ ପଥରକି ତୁମ ଛାତି ନ ଶୁଭେ ଡ଼ାକ ଡାକି ଡାକି ନିତି ମୋର ଶୁଖେ ଲୋତକ ତୁମ ଦୟା ହେଲେ ପ୍ରଭୁ ମିଳିବ ବାସ ଜଗନ୍ନାଥ କାହିଁ ମୋତେ କଲ ନିରାଶ………….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର