ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

ରଂଗାରଂଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହେଲା ହକି ବିଶ୍ବକପ୍‌, ଭୁବନେଶ୍ବର ଓ ରାଉରକେଲାରେ ୧୩ରୁ ୨୯ ଯାଏଁ ମ୍ୟାଚ୍‌….

“ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି”।

ନବୀନ ପଟ୍ଟନାୟକ, ମୂଖ୍ୟମନ୍ତ୍ରୀ

“ବିଶ୍ବରେ ଯେତେ ସବୁ ବିଶ୍ବକପ ହକିର ଆୟୋଜନ ହୋଇଛି ସେଥିରୁ ଭାରତ ତଥା ଓଡ଼ିଶାରେ ସବୁଠାରୁ ଭବ୍ୟ ହୋଇପାରିଛି। ଭାରତକୁ କ୍ରମାଗତ ଭାବେ ୨ ଥର ହକି ବିଶ୍ବକପର ଆୟୋଜନ କରିବାର ସୁଯୋଗ ମିଳିଛି। ଏହା ଓଡ଼ିଶା ସରକାରଙ୍କ ଯୋଗୁଁ ସଫଳ ହୋଇପାରିଛି”।  -ଅନୁରାଗ ଠାକୁର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକି ବିଶ୍ବକପ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ଆୟୋଜନ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। କଟକରେ ହକି ବିଶ୍ବକପର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ ଜଣାଉଛି।

ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍‌ଆଇଏଚ୍‌) ସଭାପତି ତୟା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏତଦ୍‌ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଅଛନ୍ତି। ହକି ବିଶ୍ବକପ୍‌-୨୦୨୩ର ମ୍ୟାଚଗୁଡ଼ିକ ଜାନୁଆରି ୧୩ ତାରିଖ ଠାରୁ ଆରମ୍ଭ ହେବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଜାନୁଆରି ୨୯ ତାରିଖରେ ହେବ।

ଓଡ଼ିଶା ଓ ଓଡ଼ିଶା ବାହାରର ଶିଳ୍ପୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣରେ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ଆନନ୍ଦମୁଖର ହୋଇଉଠିଛି । ଏହି ମନ‌ଲୋଭା ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଅପରାହ୍ଣ ୩ଟାରୁ ନୃତ୍ୟ-ସଂଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ।  ଉଦଘାଟନୀ ଉତ୍ସବ ପାଇଁ ଉଭୟ ବଲିଉଡ ଓ ଓଲିଉଡର ପ୍ରତିଷ୍ଠିତ କଳାକାର ଅଂଶଗ୍ରହଣ କରିଥିଲେ। ଆଜିର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ ଓ ସଂଗୀତ ନିର୍ଦ୍ଦେଶକ ପ୍ରିତମ୍। ସେହିପରି ସବ୍ୟସାଚୀ, ଅର୍ଚ୍ଚିତା, ଲିସା ମିଶ୍ର ପ୍ରମୁଖ ଓଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।

ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ସରଗରମ ହୋଇ ଉଠିଥିଲା। ଦର୍ଶକମାନେ ଅପରାହ୍‌ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ।  ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଶ ଓ ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଋତୁରାଜ ମହାନ୍ତି, ସବ୍ୟସାଜୀ ମିଶ୍ର, ଅର୍ଚ୍ଚିତା ସାହୁ, ଲିସା ମିଶ୍ର ପ୍ରସ୍ତୁତି ଦେଇଥିଲେ।

ଓଡିଶା ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି, ଯେତେବେଳେ ସାରା ରାଜ୍ୟକୁ ଘାରିଛି ହକି ଫିଭର । ପିଲାଠୁ ବୟସ୍କ, ସମସ୍ତଙ୍କ ଭିତରେ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଦେଖିବା ପାଇଁ ନାହିଁ ନଥିବା ଉକ୍ରଣ୍ଠା ଦେଖାଯାଇଛି । ଗାଁ ଠୁ ସହର ସବୁଠି ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ମଜା ଉଠାଇଛନ୍ତି ଲୋକେ ।

ଘରେ ଘରେ ପହଂଚିଲା ‘ହକି ବିଶ୍ୱକପ ଉଦ୍ଘାଟନୀ’
ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇଲେ ରାଜ୍ୟ ସରକାର
ଗଣମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସିଧା ପ୍ରସାରଣ

କ୍ରମାଗତ ଦ୍ୱିତୀୟ ଥର ହକି ବିଶ୍ୱକପର ଆୟୋଜନ କରି ଏକ ବିରଳ ରେକର୍ଡ କରିଛି ଓଡିଶା । କଟକ ବାରବାଟୀ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି । ଆଉ ଏହି ବିରଳ ରେକର୍ଡର ପ୍ରତ୍ୟକ ଓଡିଆଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଘରେ ଘରେ ପହଂଚାଇବା ପାଇଁ ଟେଲିଭିଜନ ଚ୍ୟାନେଲରେ ସିଧାପ୍ରସାରଣର ବ୍ୟବସ୍ଥା କରିଛି ସୂଚନା ଓ ଲୋକସଂପର୍କ ବିଭାଗ । ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ ଏଲଇଡି ଲଗାଇ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ସୃଷ୍ଟି କରାଯାଇଛି । ଯେଉଁମାନେ ବାରବାଟୀ ଯାଇ ଉଦଘାଟନୀ ସମାରୋହର ପ୍ରତ୍ୟକ୍ଷ ଅନୁଭୂତି ନେଇପାରିନାହାଁନ୍ତି, ସେମାନେ ଏଲିଇଡି ଜରିଆରେ ଗାଁରେ ବସି ଆମୋଦିତ ହୋଇଛନ୍ତି । ଏପରିକି ବାଲେଶ୍ୱରରେ ଏକ ସିନେମା ହଲରେ ଉଦଘାଟନୀ କାର୍ଯ୍ୟକ୍ରମ ଦେଖିବାର ବନ୍ଦୋବସ୍ତ କରାଯାଇଥିଲା ।

୨୦୧୮ରେ ଓଡିଶା ପ୍ରଥମ ଥର ପାଇଁ ହକି ବିଶ୍ୱକପର ଆୟୋଜନ କରିଥିଲା । କିନ୍ତୁ ସେତେବେଳେ ହକି ଖେଳକୁ ନେଇ ରାଜ୍ୟବାସୀଙ୍କ ଭିତରେ ଯେତିକି ଉକ୍ରଣ୍ଠା ଥିଲା ତାହା ଏବେ ବହୁ ପରିମାଣରେ ବଢ଼ି ଯାଇଛି । ଯାହାର ପ୍ରମାଣ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ୍ ଉଦଘାଟନି ଉତ୍ସବରୁ ସ୍ପଷ୍ଟ ହୋଇଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ହୋମଗାର୍ଡଙ୍କ ପାଇଁ ଖୁସିର ଖବର, ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି ନିର୍ଦ୍ଦେଶ

Sunil Chandra Nayak

ପ୍ରକାଶ ପାଇଲା ଆଇଏଏସ-୨୦୨୨ , ଇଶିତା କିଶୋର ଟପ୍ପର, ପ୍ରଥମ ୪ଟି ସ୍ଥାନରେ ଝିଅ

ସଂଶୋଧୃତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort