ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଅନଲାଇନ୍ ମେଡିସିନ ବିକ୍ରି ଔଷଧ ବିକ୍ରି ବନ୍ଦ ହୋଇପାରେ, ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବେ ଅନଲାଇନ ଔଷଧ ବିକ୍ରି ଉପରେ କଡା ନଜର ରଖିଛନ୍ତି । ଅନଲାଇନରେ ମେଡିସିନ ବିକ୍ରି କରୁଥିବା କମ୍ପାନୀମାନେ ଔଷଧର ଦୂରୋପଯୋଗ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକ୍ସନମୋଡକୁ ଆସିଛି । ଏଏନଆଇର ରିପୋର୍ଟ ମୁତାବକ ଅନଲାଇନ ଔଷଧ ବିକ୍ରେତା କମ୍ପାନୀମାନେ ଏବେ ଯେଉଁ ବିଜନେସ ମଡେଲ ଆପଣାଇଛନ୍ତି ଏହା ଦ୍ୱାରା ଔଷଧର ଭୁଲ ଉପଯୋଗ ହେବା ନେଇ ଅଧିକ ସମ୍ଭାବନା ରହିଛି ।ସେପଟେ ଅନଲାଇନରେ ଔଷଧ ମଗାଉଥିବା ଗ୍ରାହକମାନଙ୍କର ବ୍ୟକ୍ତିଗତ ଡାଟା ଲିକ୍ ହେବାର ଅନେକ ସମ୍ଭାବନା ରହିଛି । ଏସବୁକୁ ନଜରରେ ରଖି ଡ୍ରଗ୍ସ କଣ୍ଟ୍ରେଲର ଜେନରାଲ ଅଫ୍ ଇଣ୍ଡିଆ ତରଫରୁ ଇଣ୍ଟରନେଟ୍ ମାଧ୍ୟମରେ ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ଡିସିଜିଆଇ ତରଫରୁ ଏହି ନୋଟିସ ଫେବୃଆରୀ ମାସ ୮ ତାରିଖରେ ଜାରି କରାଯାଇଛି ।

ଡିସିଜିଆଇ ତରଫରୁ ଜାରି କରାଯାଇଥିବା ନୋଟିସରେ ୨ ଦିନ ମଧ୍ୟରେ ଉତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଡିସିଜିଆଇ କହିଥିଲା କି ଯଦି କାରଣ ଦର୍ଶାଅ ନୋଟିସର ଉତର ନେଦେବେ ତେବେ ସେମାନଙ୍କ ଔଷଧ ବିକ୍ରି ନେଇ ବନା ନୋଟିସରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ମୁତାବକ ଇ-ଫାର୍ମାସୀ କମ୍ପାନୀମାନେ ୧୯୪୦ ରୁ ଲାଗୁ ହୋଇଥିବା ଡ୍ରଗ୍ସ ଆଣ୍ଡ କସମେଟିକର ବିଭିନ୍ନ ଆଇନକୁ ଉଲଙ୍ଘନ କରୁଛନ୍ତି । ଏନେଇ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ୨୦ରୁ ଅଧିକ ଅନଲାଇନ ଔଷଧ ବିକ୍ରେତା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ଏହା ମଧ୍ୟରେ ଟାଟା୧ଏମଜି, ପ୍ରେକ୍ଟୋ, ଆପୋଲ, ଅମାଜନ ଓ ଫ୍ଲିପକାର୍ଟ ଭଳି କମ୍ପାନୀ ସାମିଲ ଅଛନ୍ତି ।

ଏଆଇଓସିଡି ତରଫରୁ ଜାରି କରାଯାଇଥିବା ଏକ ବୟାନ ମୁତାବକ ଇ-ମେଡିସିନ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଆଇନ କେବେ ବି ଅନଲାଇନରେ ମେଡିସିନ ବିକ୍ରି ଓ ଏହାର ବିଜ୍ଞାପନକୁ ଅନୁମତି ଦେଇନାହିଁ । ଏହା ଦ୍ୱାରା ନକଲି ଔଷଧ ବିକ୍ରିର ଅଧିକ ସମ୍ଭାବନା ରହିଥିବା କଥା ଏଆଇଓସିଡି କହିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରେଳ ଦୁର୍ଘଟଣାରେ ଆସିଲା ମୃତାହତଙ୍କ ସଂଖ୍ୟା, ଅପରାହ୍ନ ୨ଟା ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଛି। ୭୪୭ ଜଣ ଆହାତ, ୫୬ ଜଣ ସଙ୍କଟାପନ୍ନ ଅଛନ୍ତି । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଭାରତର ଜାତୀୟ ପତାକା ,ଝଣ୍ଡା ଉଚ୍ଚା ରହେ ହମାରା

masiha

ବିଶାଖାପଟନମ୍ ହେବ ଆନ୍ଧ୍ର ପ୍ରଦେଶର ନୂତନ ରାଜଧାନୀ, ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଘୋଷଣା

Sunil Chandra Nayak

Leave a Comment

error: Content is protected !!