ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜୟ କୁମାର ମିଶ୍ର ଙ୍କ କବିତା = ପୋଡ଼ାଶୀ ଘର, ଗାଉଁଲି ଝିଅ

“ପୋଡ଼ାଶୀ ଘର,

           ଗାଉଁଲି ଝିଅ”

ଜୟ କୁମାର ମିଶ୍ର

ବୁଦୁରା, ଗଜପତି

ଆମ ଗାଆଁର, ପୋଡ଼ାଶୀ ଘର
ଝିଅର ହାବ ଭାବ,
ତା’ସ୍ମିତ ହାସ, ଅମୃତ ଭାଷ
ମନକୁ କିଣି ନବ ll(1)
ଗାଆଁ ଚାହାଳୀ, ଶିକ୍ଷାର କଳି
ଫୁଟି ମଉଳି ଗଲା,
ଘୋର ଅବାଭ, କଲା ପ୍ରଭାବ
ପାଠରେ ଡୋରି ହେଲା ll(2)
ପୋଡ଼ଶୀ ଘର, ଗାଉଁଲି ଝିଅ
ବେଶଟି ସିଧାସାଧା,
ଭଲ ଲୋକକୁ, ହୁଅଇ ଭଲ
ମନ୍ଦକୁ ମାରେ ବିଧା ll(3)
ଅଭାବୀ କନ୍ୟା,ସ୍ୱଭାବୀ ବନ୍ୟା
ଭାସଇ ତନୁ, ମନେ,
ହାତକୁ ମାପି, ଚାଖଣ୍ଡେ ଚାଲେ
କାଳ, ବେଳର ଜ୍ଞାନେ ll(4)
ପୁରାଣ ଶାସ୍ତ୍ର, ଭାଗବତଟି
ପଢ଼ି ପାରୁଛି ଜେମା,
ତା’ରୀତି ନୀତି, ଶିକ୍ଷା, ସଂସ୍କୃତି
ଦେଲା ସଂସ୍କାର ସୀମା ll(5)
ଝିଅ ଗାଉଁଲି, ଭାରି ଚଗଲି
କଥାରେ ଭାଙ୍ଗେ ହାଡ଼,
କୂଟ କପଟ, ଛଳନା ନାଟ
ମାଡ଼େନା ପାଖତଡ଼ ll(6)
ବେଶଭୂଷଣ, ସରଳ ଜାଣ
ସୁଖ, ଭୋଗରୁ ଦୂର,
ଘରର କାମ, କଠିନ ଶ୍ରମ
ଅତି ଆପଣା ତା’ର ll(7)
ହାତରେ ହାତ, ଦିଅଇ ନିତ୍ୟ
ବାପା, ବୋଉଙ୍କ ସାଥେ,
ଘରର କଥା, ଦାଣ୍ଡର ଚିନ୍ତା
କରଇ ଇଛା ମତେ ll(8)
ଆଣି ଗୋବର, ଦାଣ୍ଡ ଦୁଆର
କରଇ ଲିପାପୋଛl,
ମନରେ କଳି, ଭଳିକି ଭଳି
ଜୋଟି ତ’ ମନ ଇଛା ll(9)
ମାଆ ବାପାର, ହାତ ବାରିସୀ
ସାହା, ଭରସା ସାଥୀ,
ଘେନି କଳସୀ, ପାଣି ଆଣଇ
ନଳକୂପରୁ ଅତି ll(10)
ସକାଳୁ ଉଠି, ବାସି ପାଇଟି
ସାରେ ସତ୍ୱର ସିଏ,
ରୋଷେଇ ପାଇଁ, ପରିବା ଧୋଇ
ଯତନେ କାଟି ଥୁଏ ll(11)
ମାଜେ ବାସନ, କାଚେ ବସନ
ଲିପା ପୋଛାରେ ମନ ,
ଘର ସଜାଏ,ଯତନ ନିଏ
ସଫା, ସୁତୁରା ଜ୍ଞାନ ll (12)
ଗାଆଁ ତୋଟାକୁ, ଯାଏ ସଞ୍ଜକୁ
ଆଣେ ଜାଳେଣି କାଠ,
ପତର ନିଏ, ଖଲି ସିଲାଏ
ନହୋଇ କେବେ ମଠ ll(13)
ଗୋବର କଶି ,କରଇ ଘଷି
ତସୁ, କୁଣ୍ଡାକୁ ଦେଇ,
ଗଣି ଖଡିକା,ଝାଡୁ ଅଲେଖା
ମନ, ଯୋଗକୁ ନେଇ ll(14)
ଦେଖି ସମୟ, ସରଳୀ ଝିଅ
କରେ ଆଚାର, ବଡ଼ି,
କରେ ପାମ୍ପଡ, ଛୋଟରୁ ବଡ
ଅତି ଯତନ ବାଢ଼ି ll(15)
ଦୁଃଖି, ରାଙ୍କୀଙ୍କ, ସ୍ୱଚ୍ଛା ସେବିକା 
ପଥି, ପାଞ୍ଚନ ଦିଏ,
ଛାଲି, ପତର, ଚେର ମୂଳିରେ
ରୋଗ ବେଦନା ଧାଏଁ ll(16)
ଭଳି ଭଳିକା, ତ’ହାତ ରନ୍ଧା
ଖାଇବା ଲୋକ ଝୁରେ,
କାଞ୍ଜି, ଆମ୍ବିଳ, ବେସର ଝୋଳ
ଶାଗ, ପଖାଳ ପାରେ ll(17)
ସନ୍ତୁଳା, ଚାରୁ, ଭଜା,ଡାଲିର
ଅମୃତ, ରୁଚି ଚାଖି,
କିଏ ମlଗଇ, ହାତ ଚାଟଇ
ପ୍ରଶଂସା ବାଣୀ ରଖି l(18
ତା’ହାତ ପିଠା, ମଣ୍ଡା, ଗାଇଁଠା
ଆରିସା, କ୍ଷୀରି,ପୁଳି
ପୋଡ଼ ପିଠାର, ରୁଚି ଅପାର
ନାନୁମାନୁର ପାଳି ll(19)
ବ୍ରତ, ଓଷାରେ, ପୂଜା ପର୍ବରେ
ଧlଆଁ, ଦଉଡ ବେଶୀ,
ସାଥୀଙ୍କ ମେଳେ,ଗାଆଁରେ ବୁଲେ,
(ସରି )ତlରକା ମେଳେ ଶଶୀ ll(20)

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା

ଡାକ-ଗୋରିବନ୍ଧା, ନାଧ୍ୟମ-କାଶୀନଗର,

ଜିଲ୍ଲା-ଗଜପତି ଓଡିଶା,761306, 

Related posts

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

ପରମାନନ୍ଦ  ଠାକୁର ଙ୍କ କବିତା = ଦୁର୍ନୀତି

Sunil Chandra Nayak

ବିଜୟ କୁମାର ଜେନା ଙ୍କ // ସକାଳର ଜଣାଣ // ଜୀବନ ଯାତ୍ରାରେ

Sunil Chandra Nayak

Leave a Comment

error: Content is protected !!