ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ପରିସରରେ ଉତ୍କଳ ଦିବସ ପାଳିତ

ବାଲେଶ୍ଵର,୦୧/୪/୨୪- ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟସ୍ଥ ବୃନ୍ଦାବତୀ ବିହାର ବାଲିଆ ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର ଯାହାକି ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟାଳୟ ଅଟେ । ସେହି ବିଦ୍ୟାଳୟ ପରିସରରେ ପବିତ୍ର ଉତ୍କଳ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଦ୍ଯାଭାରତୀ ଓ ଶିକ୍ଷାବିକାଶ ଓଡିଶା ସରକାରଙ୍କ ତରଫରୁ ଏହା ପାଳନ କରାଯାଇଥିଲା । ବିଦ୍ୟାଳୟର ଆଦର୍ଶ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗଦେଇ ଉତ୍କଳ ଦିବସର ମହତ୍ତ୍ଵ ଓ ସ୍ବତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ଡଃ ତାନଶ୍ରୀ ପାଣିଗ୍ରାହୀ ଯୋଗଦେଇ ଉତ୍କଳ ଦିବସ ପ୍ରତି ଓଡ଼ିଆଙ୍କ ପାଇଁ ଏକ ଆତ୍ମ ସମୀକ୍ଷାର ଦିନ ହେଉ ବୋଲି କହିଥିଲେ । ଗୁରୁମା ସୁନିତା ମାଇତି ଅତିଥି ପ୍ରଦାନ ସହିତ ଉତ୍କଳ ଦିବସ ପାଳନର ଆଭିମୁଖ୍ୟ ବିଷୟରେ କହିଥିଲା ବେଳେ ଆଚାର୍ଯ୍ୟା ବିଜୟଲକ୍ଷ୍ମୀ ଗୁରୁମାଙ୍କ ତତ୍ତ୍ୱାବଧାନରେ ସୁଶ୍ରୀ ପ୍ରିୟଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଆଚାର୍ଯ୍ୟା ପ୍ରିୟସ୍ମିତା ଗୁରୁମା ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ପରେ ପରେ ସାମୁହିକ ଭାବେ ବନ୍ଦେ ଉତ୍କଳ ସଂଗୀତ ଗାନ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଛାସେବିଙ୍କୁ ପ୍ରଶିକ୍ଷଣ ଶିବିର

Sunil Chandra Nayak

କରୁଣାଶାନ୍ତି ବିଦ୍ୟାଳୟ ପାଳନ କଲା ଗାନ୍ଧୀ ଜୟନ୍ତୀ

masiha

ଜବାଗୁଡାରେ ଆମ ବ୍ୟାଙ୍କ ସେବା ଉଦଘାଟିତ

masiha

Leave a Comment

error: Content is protected !!