ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

ଜଳ ଯୋଗାଣ ଅଫିସ୍ ଗେଟ ରେ ପିଟି ହୋଇ ମଟର ସାଇକଲ ଚାଳକ ମୃତ

କେସିଙ୍ଗା ତା: ୯/୮ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପଲମ୍ ଫାଣ୍ଡି ଅନ୍ତର୍ଗତ ଭଟାଖମାର ଗାଆଁ ର ଜଳ ଯୋଗାଣ ଟାଙ୍କି ପାଖରେ ଥିବା ବୁଲାଣି ରେ ଶନିବାର ରାକ୍ଷୀ ପୂର୍ଣିମା ଦିନ ପାଣି ଜଳ ଯୋଗାଣ ଅଫିସ ସମ୍ମୁଖ ରେ ଥିବା ଗେଟରେ ପିଟି ହୋଇ ଦୀପକ ରଣା (୨୩) ନାମକ ଯୁବକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ଅଞ୍ଚଳର ଖୋଲାନ ଗ୍ରାମର ଦୀପକ ରଣା ଓ ତାଙ୍କ ଜଣେ ସମ୍ପର୍କୀୟ ନିରକ୍ଷ ରଣା କୌଣସି କାମ ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଲିପଡ଼ା ଗ୍ରାମକୁ ଯାଉଥିବା ବେଳେ ରୁପ୍ରା ପାଖରେ ଥିବା ଭଟା ଖମାର ଗ୍ରାମରେ ଥିବା ପାଣି ଟ୍ୟାଙ୍କ ବୁଲାଣି ରେ ଭାରସାମ୍ୟ ହରାଇ ଏକ ଖମ୍ବ ରେ ପିଟି ହୋଇ ଯାଇଥିବାରୁ ଘଟଣା ସ୍ଥଳରେ ଗାଡ଼ି ଚାଲକ ଦୀପକ ରଣା ଙ୍କ ମୃତ୍ୟୁ ଘଟିଛି ଓ ପଛରେ ବସିଥିବା ନୀରକ୍ଷ ରଣା ଗୁରୁତର ଆହତ ହୋଇଛନ୍ତି ଆହତ ଙ୍କୁ ପ୍ରଥମେ ନର୍ଲା ମେଡିକାଲ କୁ ନେଇ ପରେ ଜିଲ୍ଲା ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି। ସେପଟେ ମୃତ ଦୀପକ ଙ୍କୁ ଶବ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ମେଡିକାଲ କୁ ଅଣାଯାଇଛି।ସନ୍ଧ୍ୟା ସମୟ ହୋଇ ଯାଇଥିବା ରୁ ଶବ ବ୍ୟବଚ୍ଛେଦ ରବିବାର ଦିନ ହେବ ବୋଲି କେସିଙ୍ଗା ପୋଲିସ ପକ୍ଷରୁ ସୂଚନା ଦିଆଯାଇ ତଦନ୍ତ ଆରମ୍ଭ ହୋଇଛି।

ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ମା ଲଙ୍କେଶ୍ୱରୀଙ୍କ ଦର୍ଶନ କଲେ ପୂର୍ବତନ ବିରୋଧୀଦଲ ନେତା ପ୍ରଦୀପ ନାଏକ

Sunil Chandra Nayak

ଜୟଦେବ କଳା ବିକାଶ କେନ୍ଦ୍ରର ୮ ମ ବାର୍ଷିକୋତ୍ସବ ସମ୍ପନ୍ନ 

masiha

ଅନ୍ଧାରରେ କଣ୍ଟାବାଞ୍ଜି ସହର! ସୁରକ୍ଷା ଚିନ୍ତା ବୃଦ୍ଧି ପାଉଛି 

masiha

Leave a Comment

error: Content is protected !!