ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

 ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

ରଙ୍ଗେଈଲୁଣ୍ଡା,ତା ୨୧/୦୪ ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ରଙ୍ଗେଈଲୁଣ୍ଡା ଶାଖା ତରଫରୁ ତହସିଲ କାର୍ଯ୍ୟଳୟ ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ୯ଦଫା ଦାବୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୦ଦଫା ଦାବୀ ପ୍ରଦାନ କରିଥିଲେ । ଭେଳିଡେସନ ଏକ୍ଟ ପ୍ରତ୍ୟାହାର, ଏନପିଏସ /ୟୁପିଏସ ଉଛେଦ, ଓପିଏସ ପୁନଃ ପ୍ରଚଳନ, କମୁଟେସନ ୧୫ବର୍ଷ ପରିବର୍ତ୍ତେ ୧୦ବର୍ଷ ୮ମାସରେ ପରିଶୋଧ, ୧୮ମାସ ବକେୟା ଡିଏ ତୁରନ୍ତ ପ୍ରଦାନ, ସ୍ୱାସ୍ଥ୍ୟ ଭତ୍ତା ଓ ବସ /ରେଳ ଯାତ୍ରାରେ ୫୦%ରିହାତି ଇତ୍ୟାଦି ବିଭିନ୍ନ ଦାବୀକୁ ନେଇ ବ୍ଳକ୍ ସମ୍ମୁଖରେ ନାରାବାଜି ଦେଇଥିଲେବ। ଆଗାମୀ ଦିନରେ ଯଦି ସରକାର ଏହି ଦାବୀକୁ ଦୃଷ୍ଟି ଦେଇ ପୂରଣ ନ କରନ୍ତି ତାହାହେଲେ ରାଜରାସ୍ତାରେ ଲଢେଇ ହେବ ବୋଲି ଚେତାବନୀ ଦେଇଥିଲେ । ସଭାପତି କେ କୃଷମୂର୍ତ୍ତି, ସମ୍ପାଦକ ପ୍ରସନ୍ନ କୁମାର ପାଢ଼ୀ, ଦେବଦତ ଚୌଧୁରୀ, ନୀଳମାଧଵ ଷଡ଼ଙ୍ଗୀ, ବିନୋଦବିହାରୀ ଜେନା, ଶଶୀଧର ପାଢ଼ୀ ଏବଂ ସାରଥୀ ପାତ୍ରଙ୍କ ସମେତ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

 

 

Related posts

ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପର ଙ୍କୁ ସମ୍ବର୍ଦ୍ଧନା 

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

Sunil Chandra Nayak

କୋଶଲି କୁଇନ୍ କବୟିତ୍ରୀ ମୀରାଵାଈ ମହାନ୍ତି ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!