ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

ରାଇରଙ୍ଗପୁର: ୨୧\୪\୨୬ —  ମୟୂରଭଞ୍ଜ ଜିଲ୍ଲା ର ବିଶିଷ୍ଟ ସାମ୍ବାଦିକ ଜଗତ ରଂଜନ ବେହେରାଙ୍କ ମାତା ମୁକ୍ତାମଣି ବେହେରା (୭୭) ତଥା ସ୍ବର୍ଗୀୟ ଲାଲମୋହନ ବେହେରାଙ୍କ ଧର୍ମପତ୍ନୀ ଏ ଇହଜଗତରେ ଆଉ ନାହାନ୍ତିଁ l ସେ ଗତ ୧୯ ତାରିଖ ଅପରାହ୍ନ ୪ଟା ୧୫ମି ସମୟରେ ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ଅନ୍ତର୍ଗତ ବାଇଦାପୋଷି ଗ୍ରାମରେ ଥିବା ନିଜ ବାସଭବନ ରେ ସମସ୍ତଙ୍କୁ ଛାଡି ଅଫେରା ଜଗତର ଯାତ୍ରୀ ହୋଇଯାଇଛନ୍ତି l ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ ଓ ପରୋପକାରୀ ବ୍ଯକ୍ତିତ୍ବ ମହିଳା ଥିଲେ l ତାଙ୍କର ସରଳ ଓ ଅମାୟିକ ଗୁଣ ହେତୁ ଆଜିଭି ରାଇରଙ୍ଗପୁର ସହରରେ ଲୋକେ ଯଶକୀର୍ତ୍ତୀ ମନେପକାଉଛନ୍ତି l କିନ୍ତୁ , ଏ ଧରା ଧାମକୁ ଯିଏ ଆସିଛି, ସିଏ ଦିନେ ନା ଦିନେ ଯିବାକୁ ପଡିବ l ଏ ଶରୀର ସିନା ଚାଲିଯାଏ, ଆତ୍ମା କେବଳ ପୋଷାକ ପରିବର୍ତ୍ତନ କରିଥାଏ l ତାଙ୍କ କଲାକର୍ମ ଓ ମାନସମ୍ମାନ କେବଳ ମାତ୍ର ରହିଯାଏ l ସେ ସାମ୍ବାଦିକ ଜଗତ ରଂଜନ ବେହେରାଙ୍କ ଅତିପ୍ରିୟ ଥିଲେ l ତାଙ୍କର ନୀତି ଓ ଗୁଣଗାରିମାକୁ ପାଥେୟ କରି ସାମ୍ବାଦିକ ଶ୍ରୀ ବେହେରା ଜଣେ ଆଦର୍ଶବାନ ଓ ସମାଜ ସଂସ୍କାରକ ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି l ମୁତ୍ଯୁ ସମୟରେ ତାଙ୍କ ନିକଟରେ ତାଙ୍କର ପୁଅଝିଅ, ପୁତ୍ରବଧୂ, ନାତିନାତୁଣୀ ଏବଂ ପୁତୁରାଝିଆରୀ ଉପସ୍ଥିତ ରହିଥିଲେ l ଏ ଖବର ପ୍ରଚାର ହେବା ମାତ୍ରେ , ତାଙ୍କ ପରିବାର ତଥା ସହରରେ ଏକ ଶୋକର ଛାୟା ଖେଳିଯାଇଛି l 

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ନର୍ଲା କିନ୍ନର ମହାସଙ୍ଘ ତରଫରୁ ମା ମଞ୍ଜୁ ଦୁର୍ଗା ପରିବାରକୁ ଅର୍ଥ ସହଯୋଗ

Sunil Chandra Nayak

ଧର୍ମପରାୟଣ ମହିଳା କୁନୁ ମୁନିଙ୍କ ଏକାଦଶାହରେ ବହୁ ଲୋକଙ୍କ ସମାଗମ

Sunil Chandra Nayak

ବିକାଶନଗରରେ ୨୭ ତମ ଗଜଲକ୍ଷ୍ମୀ ପୂଜା 

Sunil Chandra Nayak

Leave a Comment

error: Content is protected !!