ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ 

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ 

 ୧୧୧ ଜଣ ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ ହୋଇଛି 

ବ୍ରହ୍ମପୁର, ୨୧ /୪: ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୧୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଓଡିଆ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ଏବଂ ୪୫୦୦୦ ଟଙ୍କା ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ବିବାହ ଉତ୍ସବରେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍,ବ୍ରହ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର,ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରି ବିବାହ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ।

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ଏହା ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନା ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ନିବାରଣ କରିବା ସହ ସମାଜକୁ ବାର୍ତା ଦେଉଛି ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ଭଗବାନଙ୍କ ଆଶୀର୍ବାଦ। ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ଟ. ୬୦୦୦୦ ସହାୟତା ପ୍ରଦାନ କରାଯାଉଛି । ସେଥିରୁ ଟ.୪୫୦୦୦ ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ଟ.୧୫୦୦୦ ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ କରାଯାଇଥାଏ । ଯୋଗ୍ୟତା ଅନୁଯାୟୀ କନ୍ୟାର ବୟସ ୧୮-୩୫ ବର୍ଷ ଏବଂ ବରର ବୟସ ୨୧-୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବିଧବା ପୁନଃ ବିବାହ,ଅନୁସୂଚିତ ଜାତି,ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ପ୍ରାଥମିକତା ଦିଆଯାଇଥାଏ । ଆଜିର କାର୍ଯ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜୀକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏପରି ସାମୂହିକ ବିବାହ ଆୟୋଜନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଲାଭ ପହଞ୍ଚାଇବା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ରହିବ ।

Related posts

ସରକାରୀ (ଏସ.ଏସ.ଡ଼ି )ବାଳିକା ଉଚ୍ଚ ବିଦ୍ୟାଳୟ ଜୁନାଗଡ଼ ର କ୍ରୀଡା ଉତ୍ସବ

masiha

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

masiha

ଆଂଚଳିକ ସାଧନ କେନ୍ଦ୍ର ସେମଳା ପ୍ରୟାସ ରେ G20 ଜନଭାଗିଦାରୀରେ କାର୍ଯ୍ୟକ୍ରମ l           

Leave a Comment

error: Content is protected !!