ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଝାଡ଼ଖଣ୍ଡି ହାତୀ ପଲ ଆତଙ୍କ, ଭୟବିତ ଅଂଚଳବାସୀ 

ବସ୍ତା,01/05: ବାଲେଶ୍ୱର ଏବଂ ମୟୁରଭଞ୍ଜ ସିମାନ୍ତରେ ଝାଡ଼ଖଣ୍ଡି ହାତୀପଲ ଉପଦ୍ରଵ ଦେଖିବାକୁ ମିଳିଛି,ବୁଧବାର ଅପରାହ୍ନ ସମୟରେ ବସ୍ତା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ରେ ଚାଷ ଜମି କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଛି ,ତେବେ ଏହି ହାତୀପଲ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ହୋଇ ପଡିଛନ୍ତି,ହାତୀପଲ ଦିନରେ ଜଙ୍ଗଳରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ କ୍ଷତିକରିବା ସହିତ ଘର ଭାଙ୍ଗି ଲୋକଙ୍କୁ ଆକ୍ରମଣ କରୁଥିବା ବାରମ୍ବାର ଘଟୁଛି,ତେବେ ବନ ବିଭାଗ ଏହି ହାତୀ ଘଉଡାଇକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

=============.=====….===.===.==

ରାସ୍ତା କଡରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଜାରୀ 

ବସ୍ତା,01/05 :ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ବୁଧବାର ସକାଳେ ଛାନୁଆ ପ୍ରାଥମିକ ବିଦ୍ଯାଳୟ ନିକଟରେ ରାସ୍ତା ପାର୍ଶ୍ବ ରେ ଜଣେ ଯୁବକ ର ରକ୍ତାକ୍ତ ମୃତଦେହ ପଡିଥିବା ର ସ୍ଥାନୀୟ ଲୋକେ ଦେଖି ପ୍ରଥମେ ବସ୍ତା ପୋଲିସ କୁ ଖବର ଦେଇଥିଲେ, ଉକ୍ତ ଯୁବକ ର ଦେହ ର ବିଭିନ୍ନ ସ୍ଥାନରେ ରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ଯୁବକ କୁ ହତ୍ଯା କରି ଫିଙ୍ଗି ଦେଇଥିବା ସନ୍ଦେହ କରା ଯାଉଛି, ଯୁବକ ଜଣକ ଙ୍କ ଘର ଜଗତସିଂହପୁର ଜିଲ୍ଲା ର ପୃଥୀରାଜ ପାତ୍ର ବୋଲି ଜଣା ପଡିଛି, ସେ କିଛି ଦିନ ଧରି ଏହି ଅଞ୍ଚଳରେ ମୋବାଇଲ ଟାୱାର ରେ କାର୍ଯ୍ଯ କରୁଥିଲେ, ଖବର ଘଟଣା ସ୍ଥଳରେ ବସ୍ତା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଟାଟା କମ୍ପାନୀରେ ଦୁର୍ଘଟଣାର ରହସ୍ୟ କେବେ ଖୋଲିବ?

masiha

କାମାକ୍ଷନଗର ଆଳତୁମାର ଐତିହାସିକ ରଜ ମହୋତ୍ସବ ପାଇଁ ଆରମ୍ଭ ହେଲା ତ୍ରୟୋଦଶ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!