ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ରେ ଭାସି ଯାଇ ମହିଳା ମୃତ 

କେନାଲ ରେ ଭାସି ଯାଇ ମହିଳା ମୃତ 

ଆସିକା,୧୦/୯/୨୫ — ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ଶଙ୍କର ବିଷୋୟୀ ଙ୍କ ସ୍ତ୍ରୀ ରୁନା ବିଷୋୟୀ 42 ବର୍ଷ ବୁଧବାର ଦିନ ସକାଳୁ ନିକଟସ୍ଥ ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ଯାଇ ଭାସି ଯାଇଥିଲେ । ଏହି ଘଟଣା ଜାଣିବା ପରେ ଘର ଲୋକେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ମୃତ ରୁନା ବିଷୋୟୀ ଙ୍କ ସମ୍ପର୍କୀୟ କେଶବ ବିଷୋୟୀ ଧରାକୋଟ ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଥାନାରେ 8/25 ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

Sunil Chandra Nayak

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!