ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

ଭୂମିହୀନଙ୍କୁ ଘର ଡିହ ପଟ୍ଟା ବଣ୍ଟନ

ଜୁନାଗଡ଼,୧୦/୯(ମନୀସ) ଦାସୀଗାଁ ଠାରେ ପ୍ରାୟ ୭୫ ଜଣ ଭୂମିହୀନ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଯୋଗଦେଇ ଗରିବ ଭୂମିହୀନଙ୍କୁ ଏହି ପଟ୍ଟା ବଣ୍ଟନ କରିଥିଲେ।ଏଥିରେ ସର୍ବମୋଟ ୧୮୨ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇ ଥିଲେ। ପ୍ରଥମ ଓ ଦ୍ୱିତୀୟ ଦଫାରେ ସମସ୍ତଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ତହସିଲଦାର ବିରୂପାକ୍ଷ୍ୟ ନନ୍ଦ,ଅତିରିକ୍ତ ତହସିଲଦାର ଅଶୋକ କୁମାର ମିଶ୍ର,ରାଜସ୍ୱ ନିରୀକ୍ଷକ ଉଦିତ ପ୍ରତାପ ବାରିକ,ହିମାଂଶୁ ଶେଖର ପଣ୍ଡା,ମୁଣ୍ଡରାଗୁଡା ସରପଞ୍ଚ ତାରାଶଙ୍କର ରାୟଗୁରୁ,ଦାସୀଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ,ନା ଏ ବ ସରପଞ୍ଚ କବିତା ପ୍ରହରାଜ,ପ୍ରମୁଖ ଉପସ୍ଥିତ ରହି ଥିଲେ, ଏହି କାର୍ଯ୍ୟକ୍ରମକୁ ହିମାଂଶୁ ଶେଖର ପଣ୍ଡା ସଂଯୋଜନା କରିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ କୃଷି ବିଭାଗର ସମୀକ୍ଷା ବୈଠକ, ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ 

Sunil Chandra Nayak

କୋଲ୍ହୋନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ମେହେର ଜୟନ୍ତୀ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

masiha

Leave a Comment

error: Content is protected !!