ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଶିବାହାଲ ଓ ମାଝିଗୁଡା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

କାଶିବାହାଲ ଓ ମାଝିଗୁଡା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

କୋକସରା,୨୪/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ରୂପରେଖ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର। ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହାଲ ଓ ମାଝିଗୁଡା ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ମାଝୀଗୁଡା ପଞ୍ଚାୟତରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ, ମାଝୀଗୁଡା ସରପଞ୍ଚ ମାମି ବାଗ, ସମିତି ସଭ୍ୟା ନମିତା ଚଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଜେଡି ନେତା ଦୁର୍ଗା ନାଏକ, ବିଜେଡି ବ୍ଲକ ସଂପାଦକ ପଞ୍ଚକ ପୋଢ଼ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟ ପର୍ଯ୍ୟନ୍ତ ରହିଥିବା ଯୋଜନା ସହ ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାରହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। କଟକରୁ ଆସିଥିବା ସିଙ୍ଘମ ଲୋକନୃତ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି କାଶିବାହାଲ ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କୋକସରା ରାଜୀବ ଅଗ୍ରୱାଲ, ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ସମିତି ସଭ୍ୟ ଗଜାନନ ନାଏକ ଉପସ୍ଥିତ ରହିଥିବା ବେଳେ ଲୋଇସିଙ୍ଗାର ଶଙ୍କର ଗ୍ରୁପ ବଜାସାଲ କାର୍ଯ୍ୟକ୍ରମରେ ଜନ ପ୍ରତିନିଧିଙ୍କ ସମେତ ଝୁମି ଯାଇଥିଲେ। ଦୁଇ ପଞ୍ଚାୟତର କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ମାଝୀଗୁଡା ପଞ୍ଚାୟତରେ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ପଞ୍ଚାୟତ ପିଇଓ ଭବିଷ୍ୟତ ପଟେଲ ପରିଚାଳନା କରିଥିବା ବେଳେ ତ୍ରିଲୋଚନ ବାଗ ମଞ୍ଚ ପରିଚାଳନା କରିଥିଲେ। କାଶିବାହାଲ ପଞ୍ଚାୟତରେ ପିଇଓ ଜାଫେଦ ନାଗ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ନବ ନିର୍ମିତ ବ୍ଳକ ମିଶନ ଶକ୍ତି ଭବନ ଉଦଘାଟିତ 

masiha

ୱାର୍ଡ ମେମ୍ବର ସଂଘ ପକ୍ଷରୁ 5 ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

masiha

ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ବେଳେ ଅଘଟଣ, ଜଳପ୍ରପାତ ରେ ବୁଡି ଯୁବକ ନିଖୋଜ

Leave a Comment

error: Content is protected !!