ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ପାପଡାହାଣ୍ଡି,19/10, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ଶୁଣ୍ଢି ସାହି ନିକଟରେ ଥିବା ଜୀବନ ଧାରା କୂଅରେ ବୁଡି ଗୁରୁବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ତାଙ୍କ ନାମ ଲକିନାଥ ବିଶୋଇ | ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଶବ ଉଦ୍ଧାର କରିଛି | ଗାଧୋଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି | ମଧ୍ୟାହ୍ନରେ କୂଅ ନିକଟରେ ଚପଲ, ବାଡ଼ି ଓ ପୋଷାକ ଆଦି ଦେଖିବାକୁ ମିଳିଥିଲା | ଏହା ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲା | ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ଓ ପୁର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ |

ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଟିକିରି ସ୍ଥିତ ଡ଼େଙ୍ଗାଗୁଡ଼ା ଛକ ଠାରେ ଘଟିଛି ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା

Sunil Chandra Nayak

ବିଶ୍ୱ ହୃଦୟ ଦିବସ ୨୦୨୬: ଆପୋଲୋ ହସ୍ପିଟାଲ୍ସ ରାଉରକେଲାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୁରୁଗୁଡା ଉଚ୍ଚ ବିଦ୍ୟାଳୟ ରେ ‘ପିତାମାତା-ଅଭିଭାଵକ ଅଂଶୀଦାର’ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!