ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ଦିନ ର ଦାବୀ ପରେ ,ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ଯୋଗ ଦେଲେ ୪ ବିଶେଷଜ୍ଞ ଡ଼ାକ୍ତର 

ଦୀର୍ଘ ଦିନ ର ଦାବୀ ପରେ ,ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ଯୋଗ ଦେଲେ ୪ ବିଶେଷଜ୍ଞ ଡ଼ାକ୍ତର 

ଚକ୍ଷୁ, ମେଡିସିନ,ଅସ୍ତ୍ରୋପଚାର ଓ ନିଶ୍ଚେତକ ବିଶେଷଜ୍ଞ ଡ଼ାକ୍ତର ଯୋଗ ଦେଲେ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ ୪ ଜଣ ଚକ୍ଷୁ ରୋଗ, ମେଡିସିନ (ଭେଷଜ), ଅସ୍ତ୍ରୋପଚାର (ଶୈଲ୍ୟ) ଓ ନିଶ୍ଚେତକ ବିଶେଷଜ୍ଞ ଡ଼ାକ୍ତର କାର୍ଯ୍ୟ ରେ ଯୋଗ ଦେଇ ଛନ୍ତି । ଏକା ଥରେ ୪ଜଣ ବିଶେଷଜ୍ଞ ଡ଼ାକ୍ତର ଯୋଗାଇ ଦିଆ ଯାଇ ଥିବା ରୁ ସହରାଞ୍ଚଳ ରେ ବିଶେଷ ଭାବେ ଖୁସି ପ୍ରକାଶ ପାଇଛି ।

 ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ କଳାହାଣ୍ଡି ଜିଲ୍ଲା ର ଦ୍ୱିତୀୟ ବୃହତ୍ତମ ସରକାରୀ ଚିକିତ୍ସାଳୟ ଅଟେ । ଭବାନୀ ପାଟଣା ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ପରେ ଏହା ଉପରେ ଅନେକ ଲୋକ ନିର୍ଭର କରି ଥାଆନ୍ତି । ପଡ଼ୋଶୀ ନବରଙ୍ଗ ପୁର ଜିଲ୍ଲା ଚାନ୍ଦା ହାଣ୍ଡି ଠାରୁ ଆରମ୍ଭ କରି ନୂଆପଡ଼ା ଜିଲ୍ଲା ର ସିନାପାଲି ଏଵଂ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଦେଓ ଭୋଗ ପ୍ରଭୃତି ଅଞ୍ଚଳ ର ପ୍ରାୟ ୫ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ତେବେ ଏଠାରେ ଦୀର୍ଘ ଦିନ ଧରି ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ପଡିଥିଲା । ମୋଟ ୧୨ ଟି ବିଶେଷଜ୍ଞ ଡ଼ାକ୍ତର ପଦବୀ ମଧ୍ୟ ରୁ ଭେଷଜ, ଶୈଲ୍ୟ,ନିଶ୍ଚେତକ ଓ ଚକ୍ଷୁ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ଡାକ୍ତର ନ ଥିଲେ ଫଳ ରେ ଏକଦା ରେଫର ହସ୍ପିଟାଲ ର ମାନ୍ୟତା ପାଇ ଥିବା ଏହି ଚିକିତ୍ସାଳୟ ରେଫର୍ ହସ୍ପିଟାଲ ହୋଈ ଯାଇ ଥିଲା । ପ୍ରାୟତଃ ରୋଗୀ ଙ୍କୁ ଏଠାରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ରେଫର୍ କରି ଦିଆ ଯାଉ ଥିଲା । ଯାହାକୁ ନେଇ ବିଭିନ୍ନ ସମୟ ରେ ଜନ ଅସନ୍ତୋଷ ପ୍ରକାଶ ପାଉଥିଲା । ତେବେ ରାଜ୍ୟ ସରକାର ଲୋକ ଙ୍କ ଦାବୀ କୁ ଦୃଷ୍ଟି ଦେଇ ଡାକ୍ତର ଯୋଗାଇ ଦେଇ ଥିବାରୁ ଲୋକେ ଏବେ ଉନ୍ନତ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି । ତେବେ ବର୍ତ୍ତମାନ୍ ମଧ୍ୟ ଚିକିତ୍ସାଳୟ ର ଅର୍ଦ୍ଧାଧିକ ଏଲଟିଆରଏମଓ ଡାକ୍ତର ପଦବୀ ଖାଲି ପଡିଛି । ମୋଟ ଅନୁମୋଦିତ ୨୦ ପଦବୀ ରୁ ୫ ଜଣ ରେଗୁଲାର ଓ ୩ ଜଣ କଣ୍ଟ୍ରାକ ଚୁଆଲ ଡାକ୍ତର ଏହି ପରି ମୋଟ ୮ ଜଣ ଡାକ୍ତର କାର୍ଯ୍ୟ କରୁଥିବା ବେଳେ ୧୨ ଡାକ୍ତର ପଦବୀ ଖାଲି ପଡିଛି । ଦୀର୍ଘ ଦିନ ଧରି ଉପଖଣ୍ଡ ଚିକିତ୍ସାଧିକାରୀ ପଦ ମଧ୍ୟ ଖାଲି ରହିଛି । ସରକାର ଶୀଘ୍ର ଜଣେ ନିୟମିତ ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କ ସହ ଅନ୍ୟାନ୍ୟ ଖାଲି ଥିବା ପଦବୀ ସବୁ ପୂରଣ କରନ୍ତୁ ବୋଲି ସାଧାରଣ ରେ ଦାବୀ ହେଉଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

Sunil Chandra Nayak

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଦାରିଦ୍ର୍ୟ ମୁକ୍ତ ତଥା ଉନ୍ନତି ଜୀବିକା ଯୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଏବଂ ଗ୍ରାମ ପଞ୍ଚାୟତର ନିଜସ୍ଵ ସମ୍ବଳ ବୃଦ୍ଧି

Sunil Chandra Nayak

Leave a Comment

error: Content is protected !!