ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି

ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

ରାଉରକେଲା/-ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରରେ ବସବାସ କରୁଥିବା ସାଧାରଣ ଜନତା ସରକାର ୫ଟି ଙ୍କ ଲୋକାଭିମୁଖୀ ଯୋଜନାରୁ କୌଣସି ସୁଫଳ ପାଉ ନାଁହାନ୍ତି l ରାଉରକେଲା ମହାନଗର ନିଗମ ଦ୍ୱାରା ବିଭିନ୍ନ ବସ୍ତି ଅଂଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଏମାନଙ୍କ ନିକଟରେ ପହଂଚି ପାରୁନି l ସହର ଭିତରେ ଥାଇ ବି ସହରାଞ୍ଚଳ ଯୋଜନା ସମ୍ପୃକ୍ତ ବସ୍ତି ବାସିନ୍ଦାଙ୍କ ପାଇଁ ସାତ ସପନ ପାଲଟିଛି l ଏନେଇ ବିଭାଗୀୟ ଅବହେଳାକୁ ଦାୟୀ କରୁଛନ୍ତି ଅଭିଯୋଗକାରୀ ବସ୍ତି ବାସିନ୍ଦା l ଏଭଳି ସ୍ଥିତିରେ ଆଜି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆର ଏମ ସି ଉପାୟୁକ୍ତଙ୍କୁ ଭେଟି ଅଭିଯୋଗ କରିଥିଲେ l ପ୍ରଶାନ୍ତ କହିଥିଲେ ଯେ ସରକାରୀ ଯୋଜନାରୁ ସୁଫଳ ପାଇବା ନେଇ ପ୍ରକୃତ ହିତାଧିକାରୀଙ୍କ ହକ ରହିଛି l ଆମେ ଏଥିରୁ ସେମାନଙ୍କୁ ବଞ୍ଚିତ ରଖିବା ଆଦୌ ଉଚିତ ହେବ ନାହିଁ l ଆର ଏମ ସି ପକ୍ଷରୁ ମୁକ୍ତା, ପି ଏମ ଏ ୟି, ଏନ ୟୁ ଏଲ ଏମ, ଆହାର, କୋଲଡ଼ ଷ୍ଟୋର, ସାର୍ବଜନୀନ ପାର୍କ, ଭେଇକିଲ ପାର୍କିଂ, ରେସ୍ଟରାଣ୍ଟ ଆଦି କେତକ ସ୍ୱାବଲମ୍ବି ଯୋଜନାରେ ମହିଳା ଏସ ଏଚ ଜି ଙ୍କୁ ସୁଯୋଗ ମିଳୁ ନାହିଁ l ଏହି ନିର୍ବାଚନ ମଣ୍ଡଳୀର ମହିଳା ଗୋଷ୍ଠୀ ଏଭଳି ଜନହିତକର ଯୋଜନାରୁ ସମ୍ପୂର୍ଣ୍ଣ ବଞ୍ଚିତ ରହୁଛନ୍ତି l ଫଳରେ ଏମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି l ଘଟଣା ନେଇ ଏକାଧିକ ସମୟରେ ଦାବି ପତ୍ର ସହ ଆଲୋଚନା ମଧ୍ୟ କରାଯାଇଛି l ତଥାପି ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ ନକରିବା ଦୁଃଖଦାୟକ ବୋଲି ଶ୍ରୀ ସେଠୀ କହିଛନ୍ତି l ସାମଗ୍ରୀକ ଭାବେ ଏହି ଅଂଚଳବାସୀଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତିରେ ବିଚାରକୁ ନେଇ ସକାରାତ୍ମକ ପଦକ୍ଷେପ ନିଆଗଲେ ଗୋଟିଏ ବଡ଼ ବର୍ଗ ଉପକୃତ ହୋଇ ପାରନ୍ତା ବୋଲି ସେ ମତ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ଶତପଥି, ସବିତା ମୁଦୁଲି, ସରସ୍ବତୀ ବାରିକ, ବନିତା ପାଲ, ଲକ୍ଷ୍ମୀପ୍ରିୟା ବେହେରା, ଅର୍ଣ୍ଣପୂର୍ଣ୍ଣା ଦଳାଇ, ଅଞ୍ଜଳି ପାଲ, ଚନ୍ଦ୍ର ମଣ୍ଡଳ, ଉଷାରାଣି କୁମ୍ଭାର, ରୁକ୍ମଣୀ ପ୍ରଧାନ, ବିଜୟୀ ନାଗ, ରିଙ୍କି ନାୟକ, ଅନୁପମ ସାହୁ, ମୀନ ମଲ୍ଲିକଙ୍କ ସମେତ ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱରଂଜନ ରାଉତ, ତନ୍ମୟ ସେଠୀ, ସୋନୁ ସିଂ, ରାଜୁ ଖଡିଆ, ଜିତେନ୍ ମାଛଖଣ୍ଡ ଓ ସୌମ୍ୟରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତିଙ୍କ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦାନ 

masiha

ଜିଲ୍ଲାପାଳଙ୍କ ଦ୍ଵାରା ଵିଶୋଇ ଧାନମଣ୍ଡି ଶୁଭ ଉଦଘାଟିତ

masiha

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

Sunil Chandra Nayak

Leave a Comment

error: Content is protected !!