ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ଜବତ, ଜଣେ ଗିରଫ 

ଦେଶୀ ମଦ ଜବତ, ଜଣେ ଗିରଫ 

ଡାବୁଗାଁ, ୧୯/୧୦ (ମ.ନି.ସ.) – ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଆଜି ମଧ୍ୟାନ୍ନରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଅମରସିଂ ଗୌଡ ଙ୍କ ଘର ଉପରେ ଚଢାଉ କରିଥିଲେ | ତାଙ୍କ ଯାଞ୍ଚ କରିବା ପରେ ତାଙ୍କ ଘର ପଛ ପଟେ ଥିବା ଦେଶୀ ମଦ କୁ ଅବକାରୀ ବିଭାଗ ଜବତ କରିଥିଲେ | ମଦ ଜବତ କରିବା ପରେ ଅମରସିଂ ଗୌଡ (୨୫) କୁ ଗିରଫ କରିଥିଲେ | ତାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିଛି | ଅପରାହ୍ନରେ ଅଭିଯୁକ୍ତ ଅମରସିଂ ଗୌଡଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୬/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଏଏସଆଇ ସୁରେନ୍ଦ୍ର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ଚଢାଉ ରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଏନଏମ ଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ

masiha

ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ  

masiha

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

masiha

Leave a Comment

error: Content is protected !!