ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦେଶୀ ମଦ ଜବତ, ଜଣେ ଗିରଫ 

ଦେଶୀ ମଦ ଜବତ, ଜଣେ ଗିରଫ 

ଡାବୁଗାଁ, ୧୯/୧୦ (ମ.ନି.ସ.) – ଗୁରୁବାର ନବରଙ୍ଗପୁର ଜିଲା ଡାବୁଗାଁ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଆଜି ମଧ୍ୟାନ୍ନରେ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମର ଅମରସିଂ ଗୌଡ ଙ୍କ ଘର ଉପରେ ଚଢାଉ କରିଥିଲେ | ତାଙ୍କ ଯାଞ୍ଚ କରିବା ପରେ ତାଙ୍କ ଘର ପଛ ପଟେ ଥିବା ଦେଶୀ ମଦ କୁ ଅବକାରୀ ବିଭାଗ ଜବତ କରିଥିଲେ | ମଦ ଜବତ କରିବା ପରେ ଅମରସିଂ ଗୌଡ (୨୫) କୁ ଗିରଫ କରିଥିଲେ | ତାଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରିଛି | ଅପରାହ୍ନରେ ଅଭିଯୁକ୍ତ ଅମରସିଂ ଗୌଡଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୧୨୬/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବୁଲୁ ପାତ୍ର, ଏଏସଆଇ ସୁରେନ୍ଦ୍ର ପଣ୍ଡା, କର୍ମଚାରୀ ନାରାୟଣ ମୁଦୁଲି, ଶ୍ରୀକାନ୍ତ ବିଶୋଇ ଓ ସୁରେଖା ଭତରା ପ୍ରମୁଖ ଚଢାଉ ରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମାକ୍ଷା ନଗର ଅଂଚଳ ରେ ସଶସ୍ତ୍ର ଡକାୟତି ଓ ଲୁଟ ଘଟଣା ରେ ପାଞ୍ଚ ଗିରଫ ଓ ମାରଣାସ୍ତ୍ର ଜବତ ପ୍ରେସ୍ର ମିଟ ରେ S. D. P. O ଙ୍କ ସୂଚନା     

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

Leave a Comment

error: Content is protected !!