ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ

ବାଲେଶ୍ଵର,୨୯/୩/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁରରେ ଘଟିଛି ଘଟଣା । ବିଲ ମଝିରେ ପଡିଛି ମହିଳାଙ୍କ ମୃତ ଦେହ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ଯଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା, ଯାହା ଦେଖଣାହାରୀ ତଥା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଆଜି(୨୯/୩/୨୦୨୩) ସକାଳେ ବିଲ ମଝିରେ କୁନି ସିଂ(ପ୍ରାୟ ୪୫) ମୃତ ଦେହକୁ କେହିଜଣେ ଦେଖିଲା ପରେ ଖବର ପ୍ରସାରିତ ହୋଇଥିଲା । ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଅତ୍ଯଧିକ ମଦ୍ୟପାନ ହେତୁ ଝଗଡା ଓ ପରେ ଏଭଳି ଘଟଣା ଘଟିଥିବାର ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଘ ଛାଲ ବିକ୍ରି ଉଦ୍ୟମ ବିଫଳ, ଅଭିଯୁକ୍ତ ଗିରଫ

Sunil Chandra Nayak

ବିହନ ଯାତ୍ରା ସମୟରେ ମଦ ପିଇ ଦ୍ରୁତ ଗତି ରେ ମୋଟର ସାଇକେଲ ଚଲେଇ ଧମକ ଦେବା ଅଭିଯୋଗ ରେ ଯୁବକ ଗିରଫ

Sunil Chandra Nayak

ଯଶିପୁର ଥାନା ! ପ୍ରେମିକ ଘରେ ପ୍ରେମିକାକୁ ପ୍ରେମିକର ପରିବାର ଲୋକଙ୍କ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ 

Leave a Comment

error: Content is protected !!