ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଲିପିବାକୁ ମାଟି ନେବାକୁ କେନ୍ଦ୍ର କରି ଥାନାରେ ମାମଲା 

ଘର ଲିପିବାକୁ ମାଟି ନେବାକୁ କେନ୍ଦ୍ର କରି ଥାନାରେ ମାମଲା 

ଡାବୁଗାଁ, ୩୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ର ଅଞ୍ଚଳା ଗ୍ରାମରେ ଘର ଲିପିବାକୁ ମାଟି ନେବାକୁ କେନ୍ଦ୍ର ଗଣ୍ଡଗୋଳ ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ଅଞ୍ଚଳା ପଞ୍ଚାୟତ ର ଅଞ୍ଚଳା ଗ୍ରାମର ମଞ୍ଜରୀ ଗୌଡ ମଙ୍ଗଳବାର ସକାଳ ୮ ଘ. ସମୟରେ ଘର ଲିପିବା ପାଇଁ ଗ୍ରାମ ପାଖ କୁସୁମଗୁଡା ଗ୍ରାମ ନିକଟରେ ଥିବା ନିଜକୁ ଯାଇଥିଲେ | ସେଠାରେ ମାଟି ଖୋଳିବା ସମୟରେ ସେହି ଜମି ପାଖରେ ଥିବା ରତ୍ନା ଭତ୍ରା ମାଟି ନେବାକୁ ମନା କରିଥିଲେ | ଏନେଇ ମଞ୍ଜରୀ କହିଲେ ମୋ ଜମିରୁ ମୁଁ ମାଟି ନେଉଛି ତୁ କାହିଁକି ମନା କରୁଛୁ | ୨ ଜଣ ଙ୍କ ମଧ୍ୟରେ ଝଗଡା ହୋଇଥିଲା ଫଳରେ ରତ୍ନା ଭତ୍ରା ରାଗିଯାଇ ମଙ୍ଗରୀ ଗୌଡ ଙ୍କୁ ୨ ଦିନ ମଧ୍ୟରେ ମାରିଦେବି ବୋଲି କହିବାରୁ ମଙ୍ଗରୀ କହିଲା ତୁ କଣ ପାଙ୍ଗଣୀ ଯେ ମୋତେ ୨ ଦିନରେ ମାରିଦେବୁ | ଗଣ୍ଡଗୋଳ ସ୍ଥାନରୁ ରତ୍ନାର ପୁଅ କଷା କୁମାର ଭତ୍ରା ଓ ବୋହୁ ଡମାଇ ଭତ୍ରା ମିଶି ରତ୍ନାକୁ ହାତ ଧରି ଟାଣି ଆଣିବା ସମୟରେ ରତ୍ନା ତଳେ ପଡି ଯିବାରୁ ମୁଣ୍ଡରେ ଆଘାତ ହୋଇଥିଲା | ଫଳରେ ରତ୍ନା ଭତ୍ରା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିଲେ | ବୁଧବାର ସକାଳେ ଏନେଇ ରତ୍ନା ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ତାଙ୍କ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୯୮/୨୪ ରେ ଏକ ମାମଲା ରୁଜୁ ହୋଇଥିଲା | ଅପରପକ୍ଷ ମଙ୍ଗରୀ ଗୌଡ ମଧ୍ୟ ଥାନାରେ ଏତଲା ଦେଇଥିଲେ | ଯାହାକି ତାଙ୍କ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୯୯/୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତିରିଂ ଥାନା! ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

masiha

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

masiha

Leave a Comment

error: Content is protected !!