ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

.ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ କାର୍ଯ୍ୟରତ ହେଡ୍ କନଷ୍ଟେବଳ ଏଚ୍.ଏଲ୍. ସିଂହ ଗତ 21 ତାରିଖ ରାତି ପ୍ରାୟ 2 ଟl ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୨ ନମ୍ବର ପ୍ଲାଟଫର୍ମରେ ଜଣେ ଅଜଣା ବ୍ୟକ୍ତି ବସିଥିବାର ଦେଖିବାକୁ ପାଇଥିଲେ, ଯାହାଙ୍କ ପାଖରେ ଏକ ବ୍ୟାଗ୍ ରହିଥିଲା।ସେ କେଉଁଆଡ଼େ ଯାଉଛନ୍ତି ବୋଲି ପଚାରିବାରୁ, ସେହି ବ୍ୟକ୍ତି ଜଣକ ପୁରୀ-ଦୁର୍ଗ ଟ୍ରେନରେ ରାୟପୁର ଯାଉଥିବା କଥା କହିଥିଲେ। ମାତ୍ର ବ୍ୟାଗ୍ ଭିତରେ କ’ଣ ଅଛି ବୋଲି ପଚାରିବା କ୍ଷଣି, ସେ ହଠାତ୍ ବ୍ୟାଗଟିକୁ ପ୍ଲାଟଫର୍ମରେ ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ।କର୍ମଚାରୀ ଜଣକ ତୁରନ୍ତ ଏ ସମ୍ପର୍କରେ ଆରପିଏଫ୍ (RPF) ପୋଷ୍ଟ ବଲାଙ୍ଗୀର ଏବଂ ଡୁଙ୍ଗୁରିପାଲିର କାର୍ଯ୍ୟରତ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ ଓ ନିଜେ ସେହି ବ୍ୟକ୍ତିଙ୍କ ପିଛା କରିଥିଲେ। ପରେ ବଲାଙ୍ଗୀର ଇନ୍ସପେକ୍ଟର ଏବଂ ଏସଆଇ (SI) କୁନା ବାରିକ ତୁରନ୍ତ ଡୁଙ୍ଗୁରିପାଲି ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ କର୍ମଚାରୀମାନେ ଡୁଙ୍ଗୁରିପାଲି ବଜାର ଅଞ୍ଚଳରେ ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ତଥାପି, ବହୁ ଚେଷ୍ଟା ପରେ ମଧ୍ୟ ସେହି ବ୍ୟକ୍ତିଙ୍କର କୌଣସି ପତ୍ତା ମିଳିନଥିଲା।

ଏହାପରେ ଷ୍ଟେସନକୁ ଫେରିବା ପରେ, କାର୍ଯ୍ୟରତ ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବ୍ୟାଗଟିର ଜବତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ଭାରତୀୟ ମୁଦ୍ରl ସହ 19 ଗୋଟି ବିଦେଶୀ ମୁଦ୍ରl ବାହାରି ଥିଲା I ଅନ୍ୟପଟେ ଡୁଙ୍ଗୁରିପାଲି ର ଜଣେ ବ୍ୟବସୟୀ ଙ୍କ ଦୋକାନ ରୁ ଚୋରୀ ହୋଇଥିବା ଡୁଙ୍ଗୁରିପାଲି ଥାନା ରେ ଏକ ଅଭିଯୋଗ ହୋଇଥିଲା l ଏହାକୁ ନେଇ ରେଲୱେ ପୋଲିସ ସହିତ ଯୋଗାଯୋଗ କରି ଡୁଙ୍ଗୁରିପାଲି ପୋଲିସ ରେଲବାଇ ପୋଲିସ ରୁ ଜବତ ହୋଇଥିଲା ଟଙ୍କା ଡୁଙ୍ଗୁରିପାଲି ପୋଲିସ ଆଣି ନିଜ ହେପାୟତ ରେ ରଖିଥିବା ସୂଚନା ମିଳିଛି l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ଗୌଡ଼ ଦେଓପାଲି ଗ୍ରାମରେ ଡକାୟତି ,  ଜଣେ ଆହତ : ତମ୍ବା ମୁଦ୍ରା ,  କଂସା ଥାଳିି,  ଭରିଏ ସୁନା ଓ ଅଶୀ ହଜାର ଲୁଟି ନେଲେ

Sunil Chandra Nayak

ଘରୁ ଡାକି ନେଇ ମାଓବାଦୀ ଯୁବକଙ୍କୁ ହତ୍ୟା ଘଟଣା ,ପରିବାରକୁ ୪ ଲକ୍ଷର ଚେକ ପ୍ରଦାନ କଲେ ଡ଼ିଆଇଜି

Sunil Chandra Nayak

Leave a Comment

error: Content is protected !!