ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନବ ବିବାହିତା ଙ୍କୁ ନିର୍ଯ୍ୟାତନା ଅଭିଯୋଗ,ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସ ର ତଦନ୍ତ ଜାରି

ନବ ବିବାହିତା ଙ୍କୁ ନିର୍ଯ୍ୟାତନା ଅଭିଯୋଗ,ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସ ର ତଦନ୍ତ ଜାରି

ବିବାହ କୁ ୩ ମାସ ମଧ୍ୟ ପୁରିନାହିଁ, ମନରେ ଅସୁମାରୀ ସ୍ୱପ୍ନ ଓ ଏକ ସୁନ୍ଦର ଘର ଗଢିବାକୁ ଯେଉଁ ହୋମ ନିଆଁ ରେ ଦୁହେଁ ଅଗ୍ନି କୁ ସାକ୍ଷୀ ରଖି ସାତ ଜନମ ର ସାଥି ହେବାକୁ ଶପଥ ନେଇଥିଲେ, ହେଲେ ବିବାହ ର ୩ ମାସ ନ ପୁରୁଣୁ ସବୁ ସ୍ୱପ୍ନ ବାସ୍ତବତା ର ରୂପ ନେବା ପୂର୍ବରୁ ଅଧା ରେ ରହିଗଲା।

କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମ ର ଲିଙ୍ଗରାଜ ବାଗ କୁ କାଉଡୋଲା ଗ୍ରାମର ମାଳତୀ ଛାତ୍ରୀଆ ଗତ ମାର୍ଚ୍ଚ ମାସ ୮ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହ ର କିଛିଦିନ ପରେ କୌଣସି କାରଣ କୁ ନେଇ ଲିଙ୍ଗରାଜ ପତ୍ନୀ ଙ୍କ ଉପରେ ଗାଳିଗୁଲଜ ଓ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ତେବେ ଧୀରେ ଧୀରେ ନିର୍ଯ୍ୟାତନା ସୀମା ଲଙ୍ଘିବା ସହ ଅସହ୍ୟ ହୋଇ ପଡ଼ିଲା। ତେବେ ଗତକାଲି ବାଇକ ରେ ମେଡ଼ିକାଲ ନେବା ବାଟରେ ବାଇକ ରୁ ପଡି ମାଳତୀ ଗୁରୁତର ହେବାପରେ ପ୍ରଥମେ କୋକସରା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଓ ପରେ ବୁର୍ଲା ନେବା ବାଟରେ ମାଳତୀ ଙ୍କ ମୃତ୍ୟୁ ହୋଇଥିଲା,ପରେ ପରିବାର ଲୋକେ ଶବ ନେଇ ଗାଁ କୁ ଫେରି ଝିଅ ବାପଘର କୁ ଖବର ଦେଇଥିଲେ। ତେବେ ମୃତା ମାଳତୀ ଙ୍କ ବାପା ଝିଅ କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଦୁର୍ଘଟଣା ର ରୂପ ଦେଇଥିବା ନେଇ କୋକସରା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଘଟଣା ସ୍ଥଳରେ କୋକସରା ପୋଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ପଠାଇଛି ପୋଲିସ |ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ର ପ୍ରକୃତ ଘଟଣା ସାମନା କୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି |

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ

masiha

ନର୍ଲା ସ୍ଥିତ ଚିପୁଲ ନଳା ଠାରେ ଭବାନୀପାଟଣା ବ୍ୟବସାୟୀ ଙ୍କ ଲକ୍ଷାଧିକ ଟଙ୍କା ଡ଼କାୟତି ଅଭିଯୋଗରେ ସାତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ 

Sunil Chandra Nayak

Leave a Comment

error: Content is protected !!