ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ,ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି . ଦେଶୀ ମଦ ଜଵତ

ମୟୂରଭଞ୍ଜ – ୧୮/୮ ( ମସିହା)ବାମନଘାଟୀ ଉପଖଣ୍ଡରେ ଦେଶୀ ମଦର ବନ୍ୟା ହେଉଛି ।ଏହା ଏବେ କୁଟୀର‌ଶିଳ୍ପରେ ପରିଣତ ହୋଇଗଲାଣି ।ପୋଲିସ ଏବଂ ଅବକାରୀ ବିଭାଗ ଯେତ କଠୋର ପଦକ୍ଷେପ ନେଲେ ମଧ୍ୟ ମଦ ମାଫିଆ ମାନେ ଖାତିର କରୁ ନାହାନ୍ତି ।ଆଇନକୁ ଫୁ କରି ଦେଉଛନ୍ତି । ଦୁର୍ଗମ ପାହାଡ ଅଂଚଳରେ ଗ୍ରାମବାସୀ ଓ ବେକାର ଯୁବକମାନଙ୍କୁ ହାତକରି କିଛି ଅସାଧୁ କର୍ମଚାରୀଙ୍କୁ ହାତ କରି ମଦ ବେପାର ଚଳାଇଛନ୍ତି ।ଯାହାର ଟେର ପାଉ ନାହିଁ ଅବକାରୀ ବିଭାଗ ଓ ପୋଲିସ ।ମଦ ବନ୍ୟାରେ ସମାଜ ଓ ଗ୍ରାମ ପରିବେଶ କଳୁଷିତ ହେବାକୁ ବସିଲାଣି ।ଆଜି ରାଇରଙ୍ଗପୁର ସହରର ମୁର୍ମୁ ଛକରେ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ଏକ ସ୍କୁଟି ଚାଳକ ସେମାନଙ୍କୁ ଦେଖି ଦୃତ ଗତିରେ ଖସି ପଳାଉଥିଲା । ଅବକାରୀ ବିଭାଗ ତାକୁ ପିଛା କରି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଟ୍ଯୁବରେ ୭୦ ଲି ଦେଶୀମଦ ଥିବା ଜାଣିବାକୁ ପାଇଥିଲା ।ସ୍କୁଟି ଚାଳକ ସହ ମଦ ଜବତ କରି ଅବକାରୀ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ ।ସେଠାରେ ଏକ ଅବକାରୀ ମାମଲା କେଶ ନମ୍ବର ୩୬/୨୩-୨୪ ରୁଜୁ କରି କୋର୍ଟ ଚାଲାଣ କରିଛି । ବେଆଇନ ମଦ ବେପାରୀଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୂସାଡିହି ଗ୍ରାମର ମୁଚିରାମ ମାଝୀ(୩୨) ।

      ସେହିଭଳି ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବାବେଳେ ରାଇରଙ୍ଗପୁର ସହରର ଅଁଳାଡୁବା ରାସ୍ତାରେ ଏକ ପେସନ ପ୍ରୋ ବାଇକରେ ବାଇକ ଚାଳକ ସେମାନଙ୍କୁ ଦେଖି ଦୃତ ଗତିରେ ଖସି ପଳାଉଥିବା ଦେଖି ଅବକାରୀ ବିଭାଗ ପିଛା କରି ବାଇକ ଚାଳକକୁ କାବୁ କରି ଯାଞ୍ଚ କରୁଥିବା ସମୟରେ ୧୪ ଲି ଦେଶୀ ମଦ ଜବତ କରିଥିଲେ ।ଵାଇକ ଓ ବାଇକ ଚାଳକ ଓ ଦେଶୀ ମଦ ଜବତ କରି ଅବକାରୀ କାର୍ଯ୍ୟାଳୟକୁ ନେଇଥିଲେ ।ସେଠାରେ ମଦ ବେପାରୀଙ୍କ ନାମରେ କେଶ ୫୫/୨୩-୨୪ ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ।ମଦ ବେପାରୀଙ୍କ ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁ ଟୁଣୀ ଗ୍ରାମର ଦୁଖୀଶ୍ଯାମ ମାଝୀ(୫୨) ।ଆଜି ରାଇରଙ୍ଗପୁର ସହରର ଶୁକ୍ରବାର ସାପ୍ତାହିକ ହାଟ ଥିଲା ।ବିଚରା ମଦ ବେପାରୀ ହାଟରେ ବିକି ଭଲ ଦୁଇ ପଇସା କମାଇ ମାଲେମାଲ ହୋଇଥାନ୍ତେ ।ହେଲେ ବେଳେ ଖରାପ ।ଅବକାରୀ ବିଭାଗ ସେମାନଙ୍କ ଚିତା କାଟିଦେଲା ।ଚଢ଼ାଉରେ ଅବକାରୀ ବିଭାଗ ସୁପରିଣ୍ଟେଡେଣ୍ଟ ପ୍ରଶାନ୍ତ କହଁର ଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଧୀରେନ ବେହେରା, ଓଆଇସି ମନୋଜ ପୁରସେଠ, ଦିଲିପ ଯେନା,ବିପ୍ଳବ ମଲ୍ଲିକ,ଅରୁଣ ମୁଦୁଲି, ପ୍ରିୟଙ୍କା ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିପୁଳ ପରିମାଣର ଗଞ୍ଜେଇ ଜବତ, ୦୨ ଗିରଫ 

masiha

ଚାଷିଙ୍କ ଠାରୁ ୨୫ହଜାର ଲୁଟ କଲେ ଦୁର୍ବୁର୍ତ୍ତ

masiha

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

Leave a Comment

error: Content is protected !!