ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ରାଉନ ସୁଗାର ସହିତ ବନ୍ଧୁକ ଜବତ,୨ ଗିରଫ 

ବ୍ରାଉନ ସୁଗାର ସହିତ ବନ୍ଧୁକ ଜବତ,୨ ଗିରଫ 

ଢେ଼ଙ୍କାନାଳ (ମନିସ )7/5/25 // ବ୍ରାଉନ ସୁଗାର କାରବାରରେ ସଂପୃକ୍ତି ଥିବା ୨ ଯୁବକଙ୍କୁ ଢେଙ୍କାନାଳ ସଦର ପୁଲିସ ଗିରଫ କରିଛି । ସୂଚନାରୁ ଜଣାଯାଇଛି ଯେ ପାଟ୍ରୋଲିଂ କରୁଥିବା ସମୟରେ ବାଇକ OD06D4527 ରେ ଦୁଇ ଯୁବକ କୋତ୍ତମ ରାସ୍ତାରେ ପୁଲିସକୁ ଦେଖି ଖସି ଯିବାକୁ ଚେଷ୍ଠା କରୁଥିଲେ । ପୁଲିସ ଦୁଇ ଜଣଙ୍କୁ ଅଟକ ରଖିବା ସହ ଓଡ଼ାପଡ଼ା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ଦୁଇ ଯୁବକଙ୍କ ନିକଟରୁ ୧୫ ଗ୍ରାମ ବ୍ରାଉନସୁଗାର,ବନ୍ଧୁକ,ଗୁଳି ଜବତ କରିଥିଲେ । ଭାପୁରଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ରଙ୍କ ଅଭିଯୋଗ କ୍ରମେ କେଶ ରୁଜୁ ହୋଇଛି । ସଂପୃକ୍ତ ଦୁଇ ଯୁବକଙ୍କ ମଧ୍ଯରୁ ଜଣେ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡନମ୍ବର ୩ ର ଅଜୟ କୁମାର ସାହୁଙ୍କ ପୁଅ ଅବିନାଶ ସାହୁ (ବାବୁଲ) ବୟସ ୩୦ ଓ ଅନ୍ୟ ଜଣକ ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା ପାତ୍ରପଡା ଗ୍ରାମର ସାଗର ସେଠୀ ବୟସ (୨୭)। ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଥିବା ସଦର ଥାନା ଏସ୍ ଆଇ କୁମୁଦ ବିଶ୍ଵାଳ ସୂଚନା ଦେଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିବାହିତା ମହିଳାଙ୍କ ବିଷ ପିଇ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ସ୍ୱାମୀ

ବାଲି ଚୋରା ଚାଲାଣ ବେଳେ ୨ ଟ୍ରକ ଜବତ

masiha

ଖୁଡୁଖୁଡି ଖେଳ ଉପରେ ଚଢାଉ , ୪ ଗିରଫ

Sunil Chandra Nayak

Leave a Comment

error: Content is protected !!