ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିମସେର ଗ୍ରାମର ମହେଶ ମେହେର ଗୋଲାମୁଣ୍ଡା ବ୍ଲକରେ ମାଟ୍ରିକ ପରୀକ୍ଷାରେ ଟପ୍ପର 

ଲିମସେର ଗ୍ରାମର ମହେଶ ମେହେର ଗୋଲାମୁଣ୍ଡା ବ୍ଲକରେ ମାଟ୍ରିକ ପରୀକ୍ଷାରେ ଟପ୍ପର 

ଜୁନାଗଡ଼ (ମ ନି ସ):-ମାଟ୍ରିକ ପରୀକ୍ଷା ଫଳାଫଳରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଓ ସହର । ବନ୍ଦ ଘାଟ, ଧୂବା ତୁଠ, ବସ ଷ୍ଟାଣ୍ଡ, ଚାରି ଛକ, ଛକ ଛକରେ, ସ୍ଥାନ ସ୍ଥାନରେ ଚର୍ଚ୍ଚା ହେଉଛି କେଉଁ ପିଲା କେତେ ମାର୍କ ପାଇଲା କିଏ ସର୍ବାଧିକ ନମ୍ବର ରଖିଲା ଓଡ଼ିଶା ସାରା ଚର୍ଚ୍ଚା ହେଉଛି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲିମସେର ଗ୍ରାମର ପିତା ହରିଶଙ୍କର ମେହେର, ମାତା ମଣିମାଳା ମେହେରଙ୍କ ପୁତ୍ର ମହେଶ ମେହେର ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷାରେ ସମୁଦାୟ ନମ୍ବର ୬୦୦ରୁ ସର୍ବାଧିକ ନମ୍ବର ୫୨୮ ପାଇ ଗୋଲାମୁଣ୍ଡା ବ୍ଲକରେ ସମସ୍ତ ଛାତ୍ର ଛାତ୍ରୀଙ୍କଠାରୁ ଆଗରେ ଅଛନ୍ତି। ମହେଶ ପ୍ରକାଶ କରିଛନ୍ତି ଯେ ସେ ଦିନକୁ ୬ରୁ ୮ ଘଣ୍ଟା ଯାଏଁ ପାଠ ପଢ଼ି କଠିନ ପରିଶ୍ରମ କରିଛନ୍ତି। ସେ ଶିଶୁ ଶ୍ରେଣୀ ଠାରୁ ଅଷ୍ଟମ ଯାଏଁ ଲିମେସର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ପାଠ ଅଧ୍ୟୟନ କରି ଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି । ଏବେ ମଧ୍ୟ ତାଙ୍କ ମାତା ଏସଏସବିଭିକେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କୁ ସଦାବେଳେ ପାଠ ପଢ଼ିବା ପାଇଁ ଉତ୍ସାହିତ କରି ପ୍ରେରିତ କରିଥାନ୍ତି। ଯାହା ଫଳରେ ଆଜି ସେ ଗୋଲାମୁଣ୍ଡା ଷ୍ଟପର ହୋଇ ପାରିଛନ୍ତି। ସେ କହିଛନ୍ତି ଆଗକୁ ଆହୁରି ଅଧିକ କଠିନ ପରିଶ୍ରମ କରି ଆଇ ପି ଏସ ଅଫିସର ହେବାର ଲକ୍ଷ୍ୟ ରଖିଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ

masiha

ଵିଜାତଳା ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,ବିଜାତଳା ତରଫରୁ ଦାବିପତ୍ର ପ୍ରଦାନ

masiha

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଂଘ ର ନୂତନ ନିର୍ବାଚିତ ସଭାପତି  ପ୍ରଭାକର ପଳାଇ ଙ୍କୁ ବିପୁଳ ସମ୍ବଦ୍ଧନା 

Sunil Chandra Nayak

Leave a Comment

error: Content is protected !!