ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଅଷ୍ଟମ ଦିନ ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଅଷ୍ଟମ ଦିନ

ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା

 ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଅଷ୍ଟମ ସନ୍ଧ୍ୟାରେ ସମ୍ବାଦ ସାହିତ୍ୟ ଘର ର ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଙ୍କ ସଭାପତିତ୍ବ ଓ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟର ଉଦଘାଟକ ଭାବେ ଆପୋଲୋ ହସ୍ପିଟାଲର ସ୍ନାୟୁ ବିଶେଷଜ୍ଞ ଡ଼ାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉଦଘାଟକ ଡା ତ୍ରିପାଠୀ ପାଠାଗାରର ପୁସ୍ତକମେଳା ଓ ସାହିତ୍ୟ ସଭା ସମ୍ପର୍କରେ ଆଲୋଚନା କରି କହିଲେ ଯେ ପୁସ୍ତକ ଯିଏ ପଠନ କରେ ସେ ଗୋଟିଏ ଜନ୍ମରେ ଶହେ ଜନ୍ମ ର ଆନନ୍ଦ ନିଏ । ଯେ ପଠନ କରେ ନାହିଁ ସେ ଏଇ ଗୋଟିଏ ଜୀବନ ବିତାଏ । ଶେଷରେ ଉପସଭାପତି ଡା ବସନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ କାର୍ଯ୍ୟକ୍ରମ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା । ସମ୍ବାଦ ଘରର ସଭାପତି ରାମକୃଷ୍ଣ ତ୍ରିପାଠୀ ଙ୍କ ସଭାପତିତ୍ବ ଓ ସଂଗଠନ ସମ୍ପାଦକ ଜଗନ୍ନାଥ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକନେତା ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ପ୍ରଣତୀ ବେହେରା, ସମ୍ମାନିତ ବକ୍ତା ଭାବେ ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ଯୋଗଦେଇ ଆଲୋଚ୍ୟ ବିଷୟ “ଯୁବ ସମାଜ ର ଓଡ଼ିଆ ସାହିତ୍ୟ ପ୍ରତି ଅନୁରାଗ-ଆହ୍ବାନ ଓ ସମ୍ଭାବନା” ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ସାହିତ୍ୟ ର ଅବକ୍ଷୟ ଓ ସେହି ସମୟରେ କିଛି ଯୁବପିଢି ନିଜର ଧୀ ଶକ୍ତି ବଳରେ ସାହିତ୍ୟ, କବିତା ପ୍ରତି ଉତ୍ସର୍ଗୀକୃତ ମନୋଭାବ ସମ୍ଭାବନା ସୃଷ୍ଟି କରିଛି ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପାଠାଗାର ଓ ସାହିତ୍ୟ ଘର ର ସାହିତ୍ୟ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲ । ପ୍ରାରମ୍ଭରେ ସଭାପତି ଶ୍ରୀ ତ୍ରିପାଠୀ ସ୍ବାଗତ ଭାଷଣ ଓ ଅନୁଷ୍ଠାନ ର କାର୍ଯ୍ୟକ୍ରମ ସମ୍ପର୍କରେ ତଥା ଉପସଭାପତି ନଳିନୀକାନ୍ତ ଧର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସମ୍ପାଦକ ବିଭୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ନୃତ୍ୟଗୁରୁ ଅର୍ଚ୍ଚନା ପଟ୍ଟନାୟକ ଙ୍କ ନିର୍ଦ୍ଦେଶନାରେ ଛାତ୍ରୀ ମାନେ ରାଧାକୃଷ୍ଣଙ୍କ ରାସଲୀଳା ନୃତ୍ୟ ନାଟିକା ପରିବେଷଣ କରିଥିଲେ  ଦ୍ବିତୀୟ ପର୍ଯ୍ୟାୟରେ ବହୁଭାଷୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବି ସୁଶାନ୍ତ କୁମାର ନାୟକ, କନକଲତା ମିଶ୍ର, ସ୍ମିତା ସୁଚରିତା ଙ୍କ ସଂଯୋଜନାରେ ସହରର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । 

     ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ, ଗୋପିନାଥ ପଟ୍ଟନାୟକ, ବିଜୟ କୁମାର ପାତ୍ର,ପର୍ଶୁରାମ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ , କରୁଣାକର ପାଟ୍ଟଶାଣୀ,ଟପୁକଲା ପାଢ଼ୀ, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ଥପ୍ରଧାନଶିକ୍ଷକ ଶିଶିର କୁମାର ପାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଢଉଗାଁ ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!