ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ,୨- ଗାଁ ନିକଟ ତେନ୍ତୁଳି ଗଛ ରେ  ଝୁଲନ୍ତା ମୃତଦେହ ଉଦ୍ଧାର , ୩- ତିନି ଦିନିଆ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ପୂଜା 

କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା 

ବନ୍ଧୁଗାଁ ତା, ୭/୨/୨୫, ବର୍ତମାନ ସାରା ଓଡିଶାରେ ଚାଲିଅଛି ପ୍ରାଥମିକ ବିଦ୍ୟାଳୟ ର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଡୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ତାକୁ ଅଧିକ ସୁଦୃଢ କରିବା ପାଇଁ ଓଡିଶା ସରକାର ଙ୍କ ଦ୍ୱାରା କୋରାଯାଇଥିବା ଶିକ୍ଷା ମନ୍ତ୍ରୀଙ୍କ ଏହି ନିପୁଣ ଓଡିଶା ମେଳା ଭାବରେ ପ୍ରତ୍ୟକ କ୍ଳଷ୍ଟରରେ ଆରମ୍ଭ ହୋଇଯାଇଛି I ଏଥିରେ ଆଜି ଦେଖୁବାକୁ ମିଳିଛି ବନ୍ଧୁଗାଁ ବ୍ଲକର ଡ଼ୁମା ଡଙ୍ଗର କ୍ଳଷ୍ଟରର ୧୫ ଟି ବିଦ୍ୟାଳୟ କୁ ନେଇ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଡ଼ୁମାଡଙ୍ଗର ଠାରେ ଆୟୋଜନ କରା ଯାଇଥିଲା I ଏଥିରେ ଗାରିଡି କ୍ଳଷ୍ଟରର ସି.ଆର.ସି.ସି, ଶ୍ରୀ ନିରୋନଜୋନ ସାହୁ ଙ୍କ ସଭାପତିତ୍ୱରେ ଆୟୋଜନ କୋରାଯାଇଥିଲା I ଏଥିରେ ଥିଲା ୩ ୟ ଶ୍ରେଣୀର ଛାତ୍ରଓ ଛାତ୍ରୀଙ୍କୁ ଭାଷା ଜ୍ଞାନ ଓ ଗଣିତ ବିଷୟରେ ଅଧିକ ଭାବରେ ଶିକ୍ଷା ଦିଆଯିବା ନିମନ୍ତେ ସରକାର ପିଲାଙ୍କ ପାଇଁ ଏଫ.ଏଲ.ଏନ. ନାମକ ଭାବରେ ଲିଖିତ ହୋଇଥିବା ଛୋଟ ଛୋଟ ବହି ମଧ୍ୟ ପିଲାଙ୍କୁ ଶିକ୍ଷାର ଜ୍ଞାନ ଦେବା ନିମନ୍ତେ  ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମାଧ୍ୟମରେ ଶିକ୍ଷା ପ୍ରଦାନ କୋରାଯିବା ପାଇଁ ସରକାର ଏହି ପ୍ରକାର ଭାବରେ ଉଚିତ ଶିକ୍ଷା ପାଇବାରେ ଛାତ୍ରଛାତ୍ରୀ ଲାଭ ଦାୟକ ହୋଇ ପାରିବେ ବଲି ଆଜିର ଲାର୍ଯ୍ୟକ୍ରମରେ ଏକ ନୂଆ ଢ଼ାଞ୍ଚାରେ ପାଠପୋଡ଼ାଯିବା ଅନେକ ପ୍ରକାର ବହି ଓ ଚିତ୍ର ଅଙ୍କଦ୍ୱାରା ଛାତ୍ରଛାତ୍ରୀଙ୍କୁ କିପରି ଭାବରେ ଅତି ସହଜରେ ପିଲା ଏହି ନୂଆ ଢ଼ାଞ୍ଚାର ପାଠକୁ ଆକୃଷ୍ଟ ହୋଇ ଶିକ୍ଷା ଲାଭ କରି ପାରିବେ I ଏହାକୁ ନେଇ ଆଜି ଡ଼ୁମା ଡଙ୍ଗର କ୍ଳଷ୍ଟର ର ୧୫ ଗଟି ଶିକ୍ଷକ ଓ ଶିକ୍ଷୟତ୍ରୀ ଏଠାରେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ନୂଆ ଢାଞ୍ଚା ମାଧ୍ୟମରେ କିପରି ଶିକ୍ଷାକୁ ଅଧ୍ୟୟନ କରିପାରିବେ ତାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦେବା ଶହ ଉପଦେଶ ଦେଇଥିଲେ I  ଆଜିର ଏହି ନିପୁଣ ଓଡିଶା ମେଳାରେ ଡ଼ୁମା ଡଙ୍ଗରର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହି ଓ ପ୍ରାଥମିକ ବିଦ୍ୟାଳୟ ଦୁର୍ଗୀ ର ଶିକ୍ଷୟତ୍ରୀ  ଶ୍ରୀମତି ପ୍ରିୟଙ୍କା ପାଢ଼ି ଓ ଅନ୍ୟାନ୍ୟ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷତ୍ରୀ ଉପସ୍ଥିତ ରହିଥିଲେ I 

===================.====..

ଗାଁ ନିକଟ ତେନ୍ତୁଳି ଗଛ ରେ  ଝୁଲନ୍ତା ମୃତଦେହ ଉଦ୍ଧାର 

ବନ୍ଧୁଗାଁ ତା, ୭/୨/୨୫, ଆଜି ଏକ ଅଭାବନିୟ ଘଟଣା ଘଟି ଯାଇଛି I ଘଟଣାଟି ହେଲା ଚିନ୍ତାଗୁଡା ଗ୍ରାମ ନିକଟ ତେନ୍ତୁଳି ଗଛରୁ ଛୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି I ବନ୍ଧୁଗାଁ ଥାନା ଅନ୍ତର୍ଗତ କାନାଗାଁ ପଞ୍ଚାୟତର ଚିନ୍ତାଗୁଡା ଗ୍ରାମର ସୁନ୍ଧାରାଓ ମେଲକାଙ୍କ( ୩୩) ନାମ ବ୍ଯକ୍ତିଙ୍କ ମୃତ ଦେହ ଗ୍ରାମ ଠାରୁ ୫୦୦ମିଟର ଦୂରରେ ଏକ ତେନ୍ତୁଳି ଗଛରେ ଛୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ଏ ନେଇ ମୃତ ବ୍ୟକ୍ତିର ସାନ ଭାଇ ନାନ୍ଦୁ ମେଲେକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏସ ଆଇ ସୁରେନ୍ଦ୍ର ହୁଇକା ବନ୍ଧୁଗାଁ ଥାନା କେଶ ନ. ୩/୨୫ ଦଫା ରୁଜୁ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସଂଧ୍ଯା ହୋଇଯାଇଥବାରୁ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବା ନେଇ ଏସ ଆଇ ସୁରେନ୍ଦ୍ର ହୁଇକା ସୂଚନା ଦେଇଛନ୍ତି। ସୂଚନା ଯେ ମୃତ ବ୍ୟକ୍ତିର ସ୍ତ୍ରୀଙ୍କର ଟିକେ ମାନସିକ ଦୋଷ ଥିବାରୁ ସେ ଘରର କୌଣସି କାର୍ଯ୍ୟ କରିପାରୁନଥିଲେ । ଖବର ଲେଖିବା ସମୟରେ ବିଶେଷ ସୂତ୍ରରୁ ମିଳିଛିକି ମୃତ ବ୍ୟକ୍ତି ଶୂନ୍ଦାରାଓ ମେଲେକା ନିଜର ଦୁଇଟି ପୁଅ ଓ ଗୋଟିଏ ଝିଅଙ୍କ ଧ୍ୟାନ ସହ ଘରର ସମସ୍ତ କାର୍ଯ୍ୟ ସୁନ୍ଧାରାଓ ମେଲକା ହିଁ କରୁଥିଲେ ।

 ========……………..======

ତିନି ଦିନିଆ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ପୂଜା 

ବନ୍ଧୁଗାଁ ତା, ୭/୨/୨୫, ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ପଞ୍ଚାୟତର ମହାଗୁଡ଼ା ଛକଠାରେ ଗତ ୫ ତାରିଖରୁ ଆରମ୍ଭ କରି ୭ ରିଖ ପର୍ଯ୍ୟନ୍ତ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ହୋଇଥିଲା I ସର୍ବ ପ୍ରଥମେ ଛକ ଠାରୁ ନିକଟସ୍ତ ନଦୀର ପାଣି କଳସରେ ନେଇ ଗ୍ରାମ ପରିକ୍ରମା ପରେ ଯଜ୍ଞ ପୂଜା ମଣ୍ଡପ ଠାରେ ଶ୍ରୀ କୃଷ୍ଣ ଓ ଶ୍ରୀ ରାମଙ୍କ ଫୋଟ ଚିତ୍ରରେ ପୁଷ୍ପ ଗୁଚ୍ଛ ଶହ ଧୂପ କାଟି ଲଗେଇ କୋଳସ ପୂଜା କରିବା ପରେ ଓମ ଯଜ୍ଞ ଆରମ୍ଭ କରିଥିଲେ I ଏଥିରେ  କୋରାପୁଟ ଓ ରାୟଗଡା ଜିଲ୍ଲାର  ୩୦ ଗଟି କୀର୍ତନ ମଣ୍ଡଳି ଉପସ୍ଥିତ ହୋଇଥିଲେ I ରାତିଦିନ କାର୍ଯ୍ୟ ସୁଛି ଅନୁଯାଇ ନିଜ ନିଜ ର କୀର୍ତନ ମଣ୍ଡଳିକୁ ନେଇ ନାଁମ ଯଜ୍ଞ କରିଥିଲେ I ଆଜିର ଏହି ଶ୍ରୀ ଗୁରୁଙ୍କ ଜନ୍ମ ଓ ନାଁମ ଆରମ୍ଭ ରାହାସ କ୍ରୀଡାରେ ଯୋଗଦାନ ଶ୍ରୀଗୁରୁ ଦେବଙ୍କ ପ୍ରେମ ରସ ପାନ କରିବା ସଙ୍ଗେ ସଙ୍ଗେ ଶ୍ରୀ ରାଧାକୃଷ୍ଣଙ୍କ ରସ ପାନ କରିବାରେ ଯୋଗଦେଇ ଏହି ୩ ଦିନିଆ ଓମ ଯଜ୍ଞରେ ଉପସ୍ଥିତ ରହି ସଫଳ କରିଥିଲେ I ଏହି ତିନି ଦିନିଆ କାର୍ଯ୍ୟକୁ ଗୁରୁବାର ଦିନ ମହାଗୁଡା ଗ୍ରାମର ଛକ ଠାରେ ଗୌଡ଼ ସମ୍ପ୍ରଦାୟର ବୈଷ୍ଟବ ଙ୍କ ଆନୁକୂଲ୍ୟରେ ଶ୍ରୀ ଗୁରୁ ଦେବଙ୍କ ଜନ୍ମଦିନ ଉପଲକ୍ଷେ ମହାଗୁଡା ଗାଁର କୁଞ୍ଜଵନ ଠାରେ ଏକ ଅଖଣ୍ଡ ମାଧୁର୍ଯ୍ୟୟ ଲୀଳା ପୂର୍ଣ୍ଣ ରାହାସ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ୫ ତାରିଖ ଦିନ ଗଙ୍ଗା ଆବାହ, ୬ ତାରିଖରେ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାଁମ ଆରମ୍ଭ, ଓ ୭ ତାରିଖରେ ସକାଳ ୬ ଘଟିକା ସମୟରେ ନାଁମ ସମାପ୍ତ ଓ ୯ ଘଟିକା ସମୟରେ ନଗର ପରିକ୍ରମା ଓ ନଗର ସଂକୀର୍ତ୍ତନ ହୋଇଥିଲା I ଏହି ଶ୍ରୀଗୁରୁ ଜନ୍ମ ଉତ୍ସବ କୁ ମହାଗୁଡା ଗ୍ରାମର ଛକ ଠାର ଗୁରୁଧ୍ୟାନ ସଂକୀର୍ତ୍ତନ ମଣ୍ଡଳିର ଭକ୍ତ ବୃନ୍ଧ ହେଲେ ମଣ୍ଡଳିର ସଭାପତି ଭସ୍କର ଖରା, ଚୈତନ୍ୟ ପରିବାର ବ୍ଲକ ସଭାପତି କାଣ୍ଟୁ ମାଣ୍ଡିଙ୍ଗ, ଗୁରୁଧ୍ୟାନ ସଂକୀର୍ତ୍ତନ ମଣ୍ଡଳିର ଗୁରୁ ନକୁଳ ନିମା ଓ ମଣ୍ଡଳିର ପୂଜକ ଦମ୍ବୁରୁ ଧର ବିଡ଼ିକା ଆୟୋଜନ କରିଥିବା ବେଳେ ସାରଥୀ ରାଜୁ କିଛି ସହଯୋଗୀ କରିବାରେ ଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

masiha

First state executive body meeting of the Journalist Council of India, Odisha wing was held in Bhubaneswar.

masiha

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!