ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେପାଳ, ଆସାମ ରୁ ସାନ୍ତାଳୀ ଓ୍ବିକିପିଡିଆ ପାଇଁ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଲେ ୫’ ଜଣିଆ ଦଳ

ମୟୂରଭଞ୍ଜ:- ୧୩/୦୧/୨୩”(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ପ୍ରାଟ୍ରାମହୁଲପାଣି ସ୍ଥିତ ବାବା ତିଲକା ପାଠାଗାର ଓ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ଗାଆଁ କୁ ସାନ୍ତାଳୀ ଓ୍ବିକିପିଡିଆ ପ୍ରସ୍ତୁତ କରୁଥିବା ଛାତ୍ର’ଙ୍କ ଏକ ୫’ ଜଣିଆ ଦଳ ନେପାଳ ତଥା ଆସାମ ରୁ ପହଞ୍ଚି ତଥ୍ୟ ସଂଗ୍ରହ କରି ଫେରିଛନ୍ତି।।

     ସୂଚନା ଅନୁସାରେ ନେପାଳ ର ମୋରାଙ୍ଗ ଜିଲ୍ଲା ଆସାନ ଟୋଲି ଗ୍ରାମର ସୁରେନ୍ଦ୍ର ହେମ୍ବ୍ରମ, ରିମିଲ ଶ୍ୟାମ ସୁନ୍ଦର ହେମ୍ବ୍ରମ (ରିଲାମାଲା ସାନ୍ତାଳୀ ଆଖଡା ସଭାପତି), ଓ ଶିବୁ ମୁର୍ମୁ ଏବଂ କୋକରାଝର ଆସାମ ରୁ ଜୟସାଗର ମୁର୍ମୁ ତଥା ପଶ୍ଚିମବଙ୍ଗ ଶାନ୍ତିନିକେତନ, ବୀରଭୁମ ରୁ ବୋଦି ବାସ୍କି ପ୍ରମୁଖ ପାଟ୍ରାମହୁଲପାଣି ସ୍ଥିତ ବାବାତିଲକା ପାଠାଗାର ରେ ପପହଞ୍ଚିଥିଲେ। ସେମାନଙ୍କୁ ଗୁରୁଗୋମକେ ଫାଉଣ୍ଡେସନ ଡ୍ରାଫଟିଙ୍ଗ କୋମିଟୀ ସଦସ୍ୟ ଅନ୍ଆଲୋକ ବାସ୍କେ ଓ ସମାଜସେବୀ ମୋନରଞ୍ଜନ ମୁର୍ମୁ ଟାଟାନଗର ରେଳ ଷ୍ଟେଷନ ରୁ ପାଛୋଟି ଆଣିଥିଲେ। ସାନ୍ତାଳୀ ଓ୍ବିକିପିଡିଆ ପ୍ରସ୍ତୁତ ନେଇ ତଥା ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାନ୍ତାଳୀ ସ୍ବତନ୍ତ୍ର ସେନାନୀ’ଙ୍କ ବିଷୟରେ ବାବାତିଲକା ପାଠାଗାରରୁ ପୁଙ୍ଖନାପୁଙ୍ଖ ତଥ୍ୟ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସେଣ୍ଟର ଫର୍ ଇଣ୍ଟରନେଟ୍ ଏଣ୍ଡ ସୋସାଇଟି ଏକ୍ସେସ୍ ଟୁ ନୋଲେଜ୍ ବେଙ୍ଗାଲୁରୁ ଦ୍ବାରା ସମର୍ଥନ କରାଯାଇଥିଲା। ବୃହଦ ତଥା ପୁରାତନ ପାଠାଗାର ହୋଇଥିବାରୁ ଏଠାରୁ ବିରଳତମ ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଏଠାରେ ରାତ୍ରିଯାପନ ପରେ ସକାଳୁ ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ଗ୍ରାମ ଦାଣ୍ଡବୋଷ ସ୍ଥିତ ବାସ ଭବନରେ ପହଞ୍ଚିଥିଲେ। ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ନାତି ଚୁନିୟାନ୍ ରଘୁନ ମୁର୍ମୁ ସେମାନଙ୍କୁ ସ୍ବାଗତ ପୂର୍ବକ ପଣ୍ଡିତ ମୁର୍ମୁ’ଙ୍କ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ପଣ୍ଡିତ ମୁର୍ମୁ’ଙ୍କ ସମାଧିସ୍ଥଳ ତଥା କାପିବୁରୁ ଦର୍ଶନ କରାଇଥିଲେ। ରାଇରଙ୍ଗପୁର ମୁର୍ମୁ ଛୋକ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେମାନେ ସ୍ବଦେଶ ପ୍ରତ୍ୟାବର୍ତତନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୮ ଟି ପ୍ରକଳ୍ପର ଭୂମି ପୂଜନ

Sunil Chandra Nayak

ମିରର ଫାଉଣ୍ଡେସନର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

masiha

ପତ୍ର ଦର-ବୋନସ ଘୋଷଣାରେ ବିଳମ୍ବ, କର୍ମଚାରୀ ଉଚିତ୍ ଦରମାରୁ ବଞ୍ଚିତ , ରାଜ୍ୟବ୍ୟାପୀ କେନ୍ଦୁପତ୍ର ଶ୍ରମିକଙ୍କ ଧାରଣା

Leave a Comment

error: Content is protected !!