ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେପି ତରଫରୁ ଜାତୀୟ ଯୁବ ଦିବସ ପାଳିତ

ମୟୂରଭଞ୍ଜ -୧୨/୧/୨୩ (ମସିହା) ୧୯୮୪ ମସିହା ରୁ ବିଶ୍ବ ବନ୍ଦିତା ସନ୍ନ୍ୟାସୀ ତଥା ମହାନ ଦାର୍ଶନିକ, ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବମାନସର ଆଇନ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମ ଦିନ ତଥାପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ‘ ଭାରତ ସରକାର ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି ।ରାଷ୍ଟ ନିର୍ମାଣରେ ଯୁବକମାନଙ୍କ ଭୂମିକା ଅନନ୍ୟ ।ଯୁବପିଢି ହେଉଛନ୍ତି ଭାରତର ଭାବିଷ୍ଯତ ।ଦେଶ ନିର୍ମାଣ, ଓ ବିକାଶରେ ଯୁବବର୍ଗଙ୍କ ଶକ୍ତି ଓ ସାମର୍ଥ୍ୟକୁ କିଭଳି ନିବେଶ କରାଯାଇପାରିବ,ସ୍ବାମୀଜୀ ଦିଗ୍ ଦର୍ଶନ ଦେଇଥିଲେ ।ସନାତନ ଧର୍ମ,, ବେଦାନ୍ତ ଦର୍ଶନ ଏବଂ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତରେ ସୁପରିଚିତ କରାଇବାରେ ବିବେକାନନ୍ଦଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।ସେହି ମହାନ ଆଧ୍ୟାତ୍ମିକ ସନ୍ଥଙ୍କ ଜନ୍ମ ଦିନରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଜେପି,ବିଜେପି ଯୁବ ମୋର୍ଚ୍ଚା, ଏବିଭିପି ତରଫରୁ ଯୁବ ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ଗୋଲେଇ ଛକରୁ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ଗୋଲେଇ ଛକଠାରୁ ରାଇରଙ୍ଗପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମହାବିଦ୍ୟାଳୟ ପରିସରରେ ଥିବା ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଯୁଵକ ଓ ଛାତ୍ରମାନେ କମ ବୟସରେ ନିଜକୁ ମହାନ ଆଧ୍ଯାତ୍ମ ପୁରୁଷ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଯୁବକ ଓ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ପୂଜ୍ୟପୂଜା କାର୍ଯ୍ୟରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ପଶ୍ଚିମ ମୟୂରଭଞ୍ଜ ଭାରତୀୟ ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ଯୁବ ମୋର୍ଚା ଜୀତେନ୍ଦ୍ର ବାରିକ, ଶଶାଙ୍କ କୁମାର,ଜ୍ୟୋତି,ପିଲ,ସୁଭ୍ରଜିତ,ସୁମିତ ଙ୍କ ସମେତ ବହୁ ବିଜେପି କର୍ମି, ଯୁବଛାତ୍ରମାନେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁରେ ମହିଳା ବିଶାଳ ସମାବେଶ 

masiha

ପ୍ରାଥମିକ ସଦସ୍ୟ ରୁ ଇସ୍ତାଫା ଦେଲେ ବରିଷ୍ଠ ବିଜେଡି ନେତା ପର୍ଶୁରାମ ପ୍ରଧାନୀ

masiha

ମହାବିଦ୍ଯାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଇରଙ୍ଗପୁର କଲେଜରେ ଅଖିଳ ଭାରତୀୟ ଛାତ୍ର ସଂଘର ରଣ ହୁଙ୍କାର ଓ ପ୍ରତିବାଦ 

masiha

Leave a Comment

error: Content is protected !!