ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାବିଦ୍ଯାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଇରଙ୍ଗପୁର କଲେଜରେ ଅଖିଳ ଭାରତୀୟ ଛାତ୍ର ସଂଘର ରଣ ହୁଙ୍କାର ଓ ପ୍ରତିବାଦ 

ମହାବିଦ୍ଯାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଇରଙ୍ଗପୁର କଲେଜରେ ଅଖିଳ ଭାରତୀୟ ଛାତ୍ର ସଂଘର ରଣ ହୁଙ୍କାର ଓ ପ୍ରତିବାଦ 

ମୟୂରଭଞ୍ଜ- ୨୯/୦୮ ( ମସିହା)ନିର୍ବାଚନ ହେଉଛି ଛାତ୍ର ତଥା ଜନ ସାଧାରଣଙ୍କ ମୌଳିକ ଅଧିକାର ।ଛାତ୍ର ସଂସଦ ନିର୍ବାଚନ ହେଉଛି ନେତୃତ୍ବ ସୃଷ୍ଟି କରିବା କାରଖାନା ।ଛାତ୍ର ସଂସଦ ନିର୍ବାଚନ ରେ ନୂତନ ନେତୃତ୍ବ ସୃଷ୍ଟି ହୁଏ ।୨୦୧୮ ମସିହାରୁ ଆଜକୁ ୬ ବର୍ଷ ହେଲାପ୍ରାକ୍ତନ ସରକାର କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ରେ ବ୍ୟାପକ ହିଂସା ରୋକିବାକୁ ନେଇ ନିର୍ବାଚନ ରଦ୍ଦ କରି ଦେଇଥିଲେ । କିନ୍ତୁ ଫଳ ବିପରୀତ ହେଲା ।ଓଡ଼ିଶାରେ ନୃତନ ନେତୃତ୍ୱ ସୃଷ୍ଟିରେ ଏହା ପରିପନ୍ଥୀ ହେଲା ।ଓଡ଼ିଶା ରେ ନୂତନ ନେତୃତ୍ବ ପ୍ରତିଭା ଆଉ ଦେଖିବାକୁ ମିଳୁ ନାହିଁ । ନୂତନ ନେତୃତ୍ବରେ ଶୂନ୍ୟସ୍ଥାନ ପଡ଼ିଛି ।ଛାତ୍ର ମାନଙ୍କର ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନିଆଯାଉଛି ।ଜଣେ ୧୮ ବର୍ଷ ଯୁବକ ସାଧାରଣ ନିର୍ବାଚନରେ ଭୋଟ ଦେଵ ।ହେଲେ ମଣିଷ ତିଆରି କାରଖାନା ଶିକ୍ଷାନୁଷ୍ଠାନରେ ରେ ୨୪ ବର୍ଷ ହେଲେ ମଧ୍ୟ ନିର୍ବାଚନ ରଦ୍ଦ ଯୋଗୁଁ ଭୋଟ ଦେଇ ପାରିବ ନାହିଁ ।

    ସବୁ ରାଜନୈତିକ ଦଳରେ ଚଳିତ ବର୍ଷ ପ୍ରାର୍ଥୀ ଖୋଜିବାକୁ ନାକରେ ଦମ୍ ହେବାକୁ ପଡ଼ିଛି ।ଅତିତରେ ଛାତ୍ର ନେତାମାନେ ହିଁ ବିଭିନ୍ନ ରାଜନୈତିକ ଦଳର ମଙ୍ଗୁଆଳ ସାଜିଥିଲେ ।କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ନ ହେବାରୁ କଲେଜ ପାଲଟିଲା ଦୁର୍ନୀତିର ଗନ୍ତାଘର । ଅଧିକାଂଶ କୁଳପତି,ଅଧ୍ୟକ୍ଷ ,ଅଧ୍ୟକ୍ଷା, କର୍ମଚାରୀ ଦୁର୍ନୀତିରେ ଉବୁଟୁବୁ ।ଶାସକ ଦଳର ଛତ୍ରଛାୟା ତଳେ ଅଧ୍ଯକ୍ଷମାନେ ଧରାକୁ ସରା ମଣି ମନଇଛା ଦୁର୍ନୀତି କରି ଚାଲିଲେ ।ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଏକରକମକର ଭୁଷୁଡି ଯାଇଛି । ଅଧିକାଂଶ କଲେଜରେ ଅଧ୍ୟାପକ,ଅଧ୍ୟାପିକା , କର୍ମଚାରୀ ନାହାନ୍ତି ।ପାଠ ସାମଗ୍ରୀ ନାହିଁ ।ଇ – ସ୍ମାର୍ଟ ର ଫମ୍ପା ଆଵାଜ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି ।ପିଲାମାନେ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ହେଲେ । ପିଲାମାନଙ୍କର ଦୁଃଖ ଓ ସମସ୍ଯା ଶୁଣିବାକୁ କେହି ନାହାନ୍ତି । ଏହିସବୁ ଘଟଣାକୁ ଲକ୍ଷ୍ୟ କରି ଛାତ୍ର ମହଲରୁ ନିର୍ବାଚନ ର ସ୍ବର ଉଠିଲାଣି ।ତେଣୁ ନିର୍ବାଚନ ହେଲେ ସେମାନେ ସେମାନଙ୍କ ମୌଳିକ ଅଧିକାର ଶିକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ ସମସ୍ୟା ସମାଧାନ କରି ପାରନ୍ତେ । ଏହାକୁ ନେଇ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା କରନ୍ତୁ ଦାବିରେ କଲେଜ ଫାଟକ ସମ୍ମୁଖରେ ପ୍ରତିବାଦ କରିଥିଲେ ।ତଦସହ ସରକାରଙ୍କ ଉଦ୍ଦେଶ୍ୟରେ ଏକ ହସ୍ତାକ୍ଷର ଲିଖିତ ଅଭିଯୋଗ ପ୍ରିନସିପାଲଙ୍କ ଜରିଆରେ ପ୍ରେରଣା କରିଥିଲେ । ପ୍ରତିବାଦର ନେତୃତ୍ବ ନେଇଥିଲେ ସଚ୍ଚିକାନ୍ତ ବାରିକ,ଭୂବନେଶ୍ବର ମହାନ୍ତ, ଓମ୍ ମହାନ୍ତ, ହରେକୃଷ୍ଣ ମହାନ୍ତ, ଦେବାଶିଷ ଆଚାର୍ଯ୍ୟ, ବିନତୀ ମହାନ୍ତ,ଅଲିଭା ମହାନ୍ତ,ସୁନିତା ମହାନ୍ତ,ଛବିନା ଗିରି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

Sunil Chandra Nayak

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

Leave a Comment

error: Content is protected !!