ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଙ୍ଗାଳୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବେଙ୍ଗାଳୁରୁରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଖଇରା,୨୮/୮/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସିମୁଳିଆ ଥାନ ଅଧିନ ଜଳଙ୍ଗ ଗଣ୍ଡିବେଡ ଗ୍ରାମର ଅମୂଲ୍ୟ ଦାସ (୨୮) ଙ୍କ ବେଙ୍ଗାଳୁରୁରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ଆରଟି ବିଲ ଥାନା ଅଧୀନରେ ବେବି ଗାରମେଣ୍ଟ ନାମକ କପଡା କମ୍ପାନୀରେ କାମ କରୁଥିବା ଅମୂଲ୍ୟ ସୋମବାର ସନ୍ଧ୍ୟାରେ କମ୍ପାନୀରୁ ବସା ଘରକୁ ଫେରି ରାତିରେ ଖାଇପିଇ ଶୋଇଥିଲେ । ସକାଳେ ତାଙ୍କ କ୍ଷତବିକ୍ଷତ ଶରୀର ଶୋଇବା ଅବସ୍ଥାରେ ଘରୁ ମିଳିଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେ ଜଣେ ଭୂମିହୀନ ଗରିବ ପରିବାରର ହୋଇଥିବାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ଆର୍ଥିକ ସଚଳ ନଥିବାରୁ ମୃତ୍ୟୁ ଦେହ ବ୍ୟବଚ୍ଛେଦ ପରେ ବିଜୟଓଡାରେ ରହୁଥିବା ଭଉଣୀ ଭିଣୋଇ ସେଠାରେ ପହଞ୍ଚି ଶବ ସତ୍କାର କରିଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ହତ୍ୟାକାରୀକୁ ଖୋଜି ବାହାର କରିବା ନିମନ୍ତେ ମାଆ ଅନିତା ଦାସ ମାଣିତ୍ର ଗ୍ରାମ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ସରକାରଙ୍କ ନିକଟରେ ଦାବି କରିଛନ୍ତି । ସେପଟେ ନିହାତି ଗରିବ ପରିବାର ହୋଇଥିବାରୁ ଶୁଦ୍ଧିକ୍ରିୟା ପାଇଁ ପରିବାର ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଵିଧବା ପତ୍ନୀ ସମେତ ୧ ବର୍ଷର ଗୋଟିଏ ପୁଅ ଓ ବିଧବା ମାଆ ବୁଢ଼ୀ ଘରେ ଅଛନ୍ତି । ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ସେଠାକାର ପୋଲିସ କହିଛି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୁଳି ଫୁଟିଲା ଢେଙ୍କାନାଳରେ, ଅଳ୍ପକେ ବର୍ତ୍ତିଲେ ଠିକାଦାର

Sunil Chandra Nayak

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

masiha

ଶିବ ମନ୍ଦିରରୁ ଚୋରି

masiha

Leave a Comment

error: Content is protected !!